Home ଜିଲ୍ଲା ପରିକ୍ରମା ଜେଜେମା, ନାତି ଓ ନାତୁଣୀବୋହୂ ଶେଷରେ ଏକତ୍ରିତ ହେଲେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ କାର୍ଯ୍ୟାଳୟରେ

ଜେଜେମା, ନାତି ଓ ନାତୁଣୀବୋହୂ ଶେଷରେ ଏକତ୍ରିତ ହେଲେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ କାର୍ଯ୍ୟାଳୟରେ

25

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପାରିବାରିକ କନ୍ଦଳର ଏକ ସଫଳ ଏବଂ ସ୍ଥାୟୀ ସମାଧାନ ସମ୍ଭବ ହୋଇପାରିଛି । ଅଭିଯୋଗ କାରିଣୀ ଜମ୍ବୁ ବେହେରା ବୟସ ୮୦ ବର୍ଷ, ସ୍ୱାମୀ ସ୍ୱର୍ଗତ ଭୀମସେନ ବେହେରା, ସା/ପୋ-ବରାଳପୋଖରୀ, ଥାନା-ଭଦ୍ରକ (ସଦର), ଜିଲ୍ଲା-ଭଦ୍ରକ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକର ସମ୍ମୁଖ କାର୍ଯ୍ୟାଳୟରେ ଦରଖାସ୍ତ ଦେଲାପରେ ତାଙ୍କ ନାତି ଏବଂ ନାତୁଣୀ ବୋହୁଙ୍କୁ ନୋଟିସ୍ ମାଧ୍ୟମରେ ଡକାଯାଇ ଆପୋଷ ବୁଝାମଣା କରାଯାଇଥିଲା । ନାତି ଶ୍ରୀ ଲକ୍ଷ୍ମଣ ବେହେରା ଏବଂ ନାତୁଣୀ ବୋହୂ ଶ୍ରୀମତି ସଂଗୀତା ବେହେରା ଉଭୟ ବରାଳପୋଖରୀ, ଚରମ୍ପା, ଭଦ୍ରକ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସମ୍ମୁଖ କାର୍ଯ୍ୟାଳୟରେ ଉପସ୍ଥିତ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ସଚିବ ନେହା ଅଗ୍ରୱାଲଙ୍କ ଉପସ୍ଥିତି ଏବଂ କାର୍ଯ୍ୟରତ ରିଟେନର କାହ୍ନୁ ଚରଣ ବାରିକ୍‌ଙ୍କ ପ୍ରୟାସ କ୍ରମେ ଜେଜେମା, ନାତି ଓ ନାତୁଣୀ ବୋହୁ ପରିଶେଷରେ ଏକତ୍ରିତ ହୋଇଥିଲେ ଏବଂ ଆଗକୁ ଖୁସିରେ ଏକାଠି ରହିବାର ଲିଖିତ ପ୍ରତିଶ୍ରୁତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.