Home ଜିଲ୍ଲା ପରିକ୍ରମା ଜେଇଇ ଓ ନିଟ୍ ପରୀକ୍ଷାକୁ କଂଗ୍ରେସର ବିରୋଧ

ଜେଇଇ ଓ ନିଟ୍ ପରୀକ୍ଷାକୁ କଂଗ୍ରେସର ବିରୋଧ

139

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜେଇଇ ଓ ନିଟ୍ ପରୀକ୍ଷା ପାଇଁ କେନ୍ଦ୍ର ସରକାର ତାରିଖ ଘୋଷଣା କରି ସାରିଛନ୍ତି । କିନ୍ତୁ କରୋନା ମହାମାରୀ ଏବେ ଶୀର୍ଷ ସ୍ଥାନକୁ ଗତି କରୁଛି । କରୋନାକୁ ନେଇ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରିସ୍ଥଳେ ଉକ୍ତ ପରୀକ୍ଷାକୁ ବନ୍ଦ ରଖିବାକୁ ବିଭିନ୍ନ ମହଲରୁ ଦାବି ଉଠିଛି । ରାଜ୍ୟ ସରକାର ଏସମ୍ପର୍କରେ ନିଜର ଦାବି କେନ୍ଦ୍ର ଠାରେ ରଖିଥିବାବେଳେ, କଂଗ୍ରେସ ମଧ୍ୟ ଉକ୍ତ ପରୀକ୍ଷାକୁ ପରିସ୍ଥିତି ସ୍ୱାଭାବିକ୍ ନହେବା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଦାବି କରିଛି । ଏହି କ୍ରମରେ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ମୁଖ୍ୟ ଡାକଘର ସମ୍ମୁଖରେ ଧାରଣା ଦିଆଯାଇ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତି ବିରୋଧରେ ପ୍ରତିବାଦ କରିଛି । ଦଳର ଜିଲ୍ଲା ସଭାପତି ଅଶୋକ ଦାସଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି, ନଗର ସଭାପତି ଅବଦୁଲ ମୋକିତ ଖାଁ, ବରିଷ୍ଠ ନେତା ପିତବାସ ଧଳ, ଯୁବନେତା ହେମନ୍ତ ମହାପାତ୍ର, ବିଜୟ ବାରିକଙ୍କ ସମେତ ବହୁ କଂଗ୍ରେସ କର୍ମୀ ମୁଖ୍ୟ ଡାକ ଘର ସମ୍ମୁଖରେ ଧାରଣାରେ ବସି ରହିଥିଲେ । କେନ୍ଦ୍ର ସରକାରଙ୍କ ଏହା ଏକ ଅପରିପକ୍ୱ ନିଷ୍ପତ୍ତି । ପ୍ରଥମେ ବଞ୍ଚି ରହିଲେ ଜଣେ ଆଗକୁ ପରୀକ୍ଷା ଦେଇ ପାରିବ । କିନ୍ତୁ ଏକ କଠିନ ସମୟରେ ବିଦ୍ୟାର୍ଥୀଙ୍କ ଜୀବନ ସହିତ ଖେଳ ଖେଳିବା ଉଚିତ ନୁହେଁ । ଏହି ଦୁଇ ପରୀକ୍ଷା ଦେବାକୁ ଚାହୁଁଥିବା ଦେଶର ୨୫ଲକ୍ଷରୁ ଉର୍ଦ୍ଧ୍ୱ ମେଧାବୀ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନଙ୍କ ମାନସିକତାକୁ ମଧ୍ୟ ସରକାର ବୁଝିବା ଆବଶ୍ୟକ । ପରୀକ୍ଷା ସମୟରେ ଯଦି ସଂକ୍ରମଣ ଘଟେ ସେଥି ପାଇଁ କେନ୍ଦ୍ର ସରକାର ଉତ୍ତରଦାୟୀ ରହିବେ କି ବୋଲି ପ୍ରଶ୍ନ କରିଛନ୍ତି ଜିଲ୍ଲା ସଭାପତି ଶ୍ରୀ ଦାସ । ତେଣୁ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଅଭିଭାବକମାନଙ୍କ ମାନସିକତାକୁ ବୁଝି ଏହି ଦୁଇ ପରୀକ୍ଷାକୁ ବନ୍ଦ ରଖିବାକୁ ଶ୍ରୀ ଦାସ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.