Home Top News ଜୁନ ୧୨ରୁ ୨୦ମଧ୍ୟରେ ଏନସିପିସିଆର ପକ୍ଷରୁ ପାଳିତ ହେବ ଶିଶୁ ଶ୍ରମିକ ଉଚ୍ଛେଦ ସପ୍ତାହ :...

ଜୁନ ୧୨ରୁ ୨୦ମଧ୍ୟରେ ଏନସିପିସିଆର ପକ୍ଷରୁ ପାଳିତ ହେବ ଶିଶୁ ଶ୍ରମିକ ଉଚ୍ଛେଦ ସପ୍ତାହ : ଶ୍ରମିକଭାବେ ନିୟୋଜିତ ଦେଶବ୍ୟାପୀ ୭୫ଟି ସ୍ଥାନରେ ଶିଶୁମାନଙ୍କୁ ଉଦ୍ଧାର ଅଭିଯାନ କରାଯିବ

25

ନୂଆ ଦିଲ୍ଲୀ ୧୨-୬ (ଓଡ଼ିଆ ପୁଅ) ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର) ୧୨ରୁ ୨୦ତାରିଖ ମଧ୍ୟରେ ଶିଶୁ ଶ୍ରମିକ ଉଚ୍ଛେଦ ସପ୍ତାହ ପାଳନ କରୁଛି। ଶିଶୁ ଶ୍ରମିକ ବିରୁଦ୍ଧରେ ବିଶ୍ୱବ୍ୟାପୀ ହେଉଥିବା ଅଭିଯାନ ଦୃଷ୍ଟିରୁ ସ୍ୱାଧୀନତାର ୭୫ତମ ବାର୍ଷିକୀ ପାଳନ ଅବସରରେ ଦେଶର ୭୫ଟି ବିଭିନ୍ନ ଜିଲ୍ଲାରେ ଶିଶୁ ଶ୍ରମିକ ସମସ୍ୟା ଓ ଏହାର ନିରାକରଣ ପ୍ରତି ଦୃଷ୍ଟି ଦେବା ପରିପ୍ରେକ୍ଷୀରେ ଏହା କରାଯାଉଛି।

ଏହାକୁ ଦୃଷ୍ଟିରେ ରଖି ୧୨ରୁ ୨୦ଜୁନ ମଧ୍ୟରେ ଦେଶରେ ୭୫ଟି ସ୍ଥାନରେ ଯେଉଁଠାରେ ଶିଶୁମାନେ ଶ୍ରମିକ ବା ରଦି ଓ ଅଟୋମୋବାଇଲ ବଜାରରେ କାର୍ଯ୍ୟରତ, ସେଠାରେ ଉଦ୍ଧାର କାର୍ଯ୍ୟ କରାଯିବ। ରାଜ୍ୟ ଆୟୋଗ (ଏସସିପିସିଆର)ଭଳି କର୍ତ୍ତୃପକ୍ଷ, ଜିଲ୍ଲା କର୍ତ୍ତୃପକ୍ଷ, ଶିଶୁ କଲ୍ୟାଣ କମିଟି, ଡିଏଲଏସ, ଚାଇଲ୍ଡ ଲାଇନ, ପୁଲିସ/ଏସ୍ଜେପିୟୁ ଶ୍ରମ ବିଭାଗ ଓ ଅନ୍ୟାନ୍ୟ ସହଯୋଗୀ ଅଂଶୀଦାର ସେମାନଙ୍କୁ ଉଦ୍ଧାର କରିବେ।

ଏହି ଉଦ୍ଧାର ଅଭିଯାନ ନିମନ୍ତେ ଆଭାସୀ ବୈଠକ, ଦୃଶ୍ୟସ୍ରାବ୍ୟ ସମ୍ମିଳନୀ ଜିଲ୍ଲା ମାଜିଷ୍ଟ୍ରେଟ, ଏସସିପିଆର ଅଧିକାରୀ, ଚାଇଲ୍ଡ ଲାଇନ ଓ ଅନ୍ୟାନ୍ୟ ସହଯୋଗୀମାନଙ୍କ ସହ ଅନୁଷ୍ଠିତ ହୋଇଛି। ଏଥିରେ ଶିଶୁ ଶ୍ରମିକ ଉଚ୍ଛେଦ ସପ୍ତାହରେ କରାଯିବାକୁ ଥିବା ଉଚ୍ଛେଦ ଅଭିଯାନ ସମ୍ପର୍କରେ ଅବଗତ କରାଯାଇଛି। ୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୦୦ରୁ ଅଧିକ କର୍ମଚାରୀ ବୈଠକରେ ଅଂଶଗ୍ରହଣ କରିବେ।

ବିଭିନ୍ନ ଶିଶୁ ସୁରକ୍ଷା ଆଇନଗତ ଦିଗକୁ ଧ୍ୟାନ ରଖି ଏନସିପିସିଆର ଶିଶୁମାନଙ୍କ ଉଦ୍ଧାର ଓ ଉଦ୍ଧାର ପର କାର୍ଯ୍ୟକୁ ନେଇ ଏକ ଏସଓପି ନିର୍ଦ୍ଧାରଣ କରିଛି।

ଶିଶୁ ଶ୍ରମିକ ମକଦ୍ଦମାର ଶୀକାର ହେଉଥିବା ପିଲାମାନଙ୍କ ମାମଲାର ତଦନ୍ତ ଓ ପୁନର୍ବାସ ସଂକ୍ରାନ୍ତ ବିଭିନ୍ନ ନିୟମାବଳୀକୁ ସରଳ କରିବା ପାଇଁ ଚେଷ୍ଟା କରାଯାଇଛି।

ଏନସିପିସିଆର ବାଲ ସ୍ୱରାଜ ପୋର୍ଟାଲରେ ଆୟୋଗ ଶିଶୁଶ୍ରମିକ ଓ ସେମାନଙ୍କ ଉଦ୍ଧାର ସଂକ୍ରାନ୍ତରେ ଏକ ପୁସ୍ତକ ଲିଙ୍କ ତିଆରି ଉଦ୍ୟମ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି।

ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏନସିପିସିଆର) ଭାରତ ସରକାରଙ୍କ ଏକ ବୈଧାନିକ ସଂସ୍ଥା ଯାହା ଶିଶୁ ଅଧିକାର ସୁରକ୍ଷା ଆୟୋଗ (ସିପିସିଆର) ଆଇନ ୨୦୦୫ର ଧାରା-୩ ଅଧୀନରେ ଶିଶୁ ସୁରକ୍ଷା ଅଧିକାର ଓ ତତ୍ସଂଲଗ୍ନ ବିଷୟଗୁଡିକ ପାଇଁ ସୃଷ୍ଟି ହୋଇଛି। ସିପିସିଆର ଆଇନ ୨୦୦୫ଧାରା -୧୩(୧) ଅଧୀନରେ ଅବହେଳିତ ଶିଶୁମାନଙ୍କ ସୁରକ୍ଷା ଅଧିକାର ସମ୍ପର୍କରେ କୁହାଯାଇଛି। ଏହାଛଡା ଆୟୋଗ ଉପରେ ବାଳ ଅପରାଧ (ଯତ୍ନ ଓ ସୁରକ୍ଷା) ଆଇନ ୨୦୧୫, ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ୨୦୦୯ ଓ ଶିଶୁଙ୍କୁ ଯୌନ ଅପରାଧ ବିରୁଦ୍ଧରେ ସୁରକ୍ଷା ଆଇନ ୨୦୧୨ର ନିରୀକ୍ଷଣ ପାଇଁ ମଧ୍ୟ କ୍ଷମତା ନ୍ୟସ୍ତ କରାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.