Home ଓଡ଼ିଶା ଜୀବନ ବଂଚାଇଲା ଆୟୁଷ୍ମାନ ଭାରତ : ଗରିବଙ୍କ ପାଇଁ ଏବେ ହୃତପିଣ୍ଡର ଡବଲ ଭାଲ୍ଭ ପ୍ରତିରୋପଣ...

ଜୀବନ ବଂଚାଇଲା ଆୟୁଷ୍ମାନ ଭାରତ : ଗରିବଙ୍କ ପାଇଁ ଏବେ ହୃତପିଣ୍ଡର ଡବଲ ଭାଲ୍ଭ ପ୍ରତିରୋପଣ ଅସମ୍ଭବ ନୁହେଁ

210

– ଗରିବଙ୍କ ପାଇଁ ଏବେ ହୃତପିଣ୍ଡର ଡବଲ ଭାଲ୍ଭ ପ୍ରତିରୋପଣ ଅସମ୍ଭବ ନୁହେଁ

ଛତିଶଗଡ଼ର ୨୧ ବର୍ଷୀୟ ଯୁବକଙ୍କ ଜୀବନ ବଂଚାଇଲା ଆୟୁଷ୍ମାନ ଭାରତ

ନୂଆ ଦିଲ୍ଲୀ ୪-୧୦ (ଓଡ଼ିଆ ପୁଅ) ଗତ ବର୍ଷେ ଦୁଇ ବର୍ଷ ହେବ ୨୧ ବର୍ଷୀୟ ବୟସ୍କ ସଞ୍ଜୟ ଭର୍ଗେମ ଛାତି ଯନ୍ତ୍ରଣା, ହୃତକମ୍ପନ, ମୁଣ୍ଡ ବୁଲାଇବା, କଫ ଏବଂ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଯୋଗୁ ୧୪/୦୧/୨୦୧୯ରେ ଡାକ୍ତରଖାନାରେ ଭର୍ତି ହୋଇଥିଲେ।

ଯାଂଚ କରାଯିବା ପରେ ତାଙ୍କ ହୃତପିଣ୍ଡରେ ଦୁଇଟି ଭାଲ୍ଭ ପ୍ରତିରୋପଣର ଆବଶ୍ୟକତା ରହିଥିବା ଜଣାପଡ଼ିଥିଲା।

ମାତ୍ର ସେ ଅତି ଗରିବ ପରିବାରର ହୋଇଥିବାରୁ ଡାକ୍ତରୀ ଚିକିତ୍ସା ଖର୍ଚ୍ଚ ବହନ କରିବା ସ୍ଥିତିରେ ନଥିଲେ। ଫଳସ୍ୱରୂପ ସେ ଓ ତାଙ୍କ ପରିବାର ଶେଷ ଆଶା ନେଇ ଗାଁକୁ ଫେରି ଆସିଲେ। ତେବେ ଫେରିବା ସଙ୍ଗେ ସଙ୍ଗେ ସେମାନେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବିଷୟରେ ଜାଣିବାକୁ ପାଇଥିଲେ। ଯାହା ସଞ୍ଜୟ ଓ ତାଙ୍କ ପରିବାର ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା। ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବା ଏହି ଅସ୍ତ୍ରୋପଚାର ପ୍ରଧାନମନ୍ତ୍ରୀ ଜନ-ଆରୋଗ୍ୟ ଯୋଜନାରେ ୧୮ ଫେବ୍ରୁଆରୀ, ୨୦୧୯ରେ ମାଗଣାରେ ହୋଇଥିଲା।

ବର୍ତମାନ ସେ ଯନ୍ତ୍ରଣାରୁ ମୁକ୍ତି ପାଇସାରିଛନ୍ତି ଏବଂ ଏକ ସୁସ୍ଥ ଓ ସୁଖୀ ଜୀବନ ଅତିବାହିତ କରୁଛନ୍ତି।

ଆଜି ସେ ଜଣେ ସୁସ୍ଥ ମଣିଷ ଏବଂ ଏବଂ ସେହି ୩୧ ଜଣ ହିତାଧିକାରୀମାନଙ୍କ ମଧ୍ୟରୁ ଜଣେ ଯେଉଁମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନାର ସଫଳତା ବର୍ଣ୍ଣନା କରିଛନ୍ତି।

ଠିକ ଏକ ବର୍ଷ ତଳେ ୨୦୧୮ରେ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନାର ଶୁଭାରମ୍ଭ ହୋଇଥିଲା। ଏହା ମାଧ୍ୟମରେ ଦେଶର ୧୦.୭୪ କୋଟି ଗରିବ ଲୋକଙ୍କୁ ସହଜ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ଲକ୍ଷ୍ୟ ରଖାଯାଇଛି।

ଗତ ଏକ ବର୍ଷ ମଧ୍ୟରେ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଜରିଆରେ ସଞ୍ଜୟ ଭର୍ଗେମଙ୍କ ଭଳି ୫୦ହଜାରରୁ ଅଧିକ ରୋଗୀ ସେମାନଙ୍କ ରାଜ୍ୟ ବାହାରେ ଶ୍ରେଷ୍ଠ ଚିକିତ୍ସା ସୁବିଧା ପାଇପାରିଛନ୍ତି।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ (ପିଏମ-ଜେଏୱାଇ) ଯୋଜନା ଅନ୍ତର୍ଗତ ୧୬, ୦୮୫ଟି ଡାକ୍ତରଖାନା ତାଲିକାଭୁକ୍ତ ହୋଇସାରିଛନ୍ତି, ୪୧ ଲକ୍ଷ ହିତାଧିକାରୀ ଚିକିତ୍ସା ସୁବିଧା ପାଇଛନ୍ତି ଏବଂ ୧୦ କୋଟିରୁ ଊର୍ଦ୍ଧ୍ୱ ଇ-କାର୍ଡ ଜାରି କରାଯାଇସାରିଛି।

ଆୟୁଷ୍ମାନ ଭାରତ ଅଧୀନରେ ସାରା ଦେଶରେ ୨୦, ୭୦୦ରୁ ଊର୍ଦ୍ଧ୍ୱ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇସାରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.