Home ଓଡ଼ିଶା ଜି-୨୦ ଉର୍ଜା ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ଭିସି ଜରିଆରେ ଭାରତର ପ୍ରତିନିଧିତ୍ୱ କଲେ କେନ୍ଦ୍ରମନ୍ତ୍ରୀ କରୋନା ପରେ...

ଜି-୨୦ ଉର୍ଜା ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ଭିସି ଜରିଆରେ ଭାରତର ପ୍ରତିନିଧିତ୍ୱ କଲେ କେନ୍ଦ୍ରମନ୍ତ୍ରୀ କରୋନା ପରେ ପୂର୍ବପରି ବିଶ୍ୱ ଉର୍ଜା ଚାହିଦାର କେନ୍ଦ୍ର ବିନ୍ଦୁ ହୋଇ ରହିବ ଭାରତ – ଧର୍ମେନ୍ଦ୍ର ପ୍ରଧାନ

215

ନୂଆଦିଲ୍ଲୀ/ଭୁବନେଶ୍ୱର, ଏପ୍ରିଲ ୧୦ (ଓଡ଼ିଆ ପୁଅ) – ପୂର୍ବପରି ଭାରତ ବିଶ୍ୱ ଉର୍ଜା ଚାହିଦାର ଯେପରି ଆଗରେ ଥିଲା କରୋନା ପରବର୍ତ୍ତୀ ସମୟରେ ମଧ୍ୟ ଭାରତ ବିଶ୍ୱ ଉର୍ଜା ଚାହିଦାର ଆଗରେ ରହିବ ବୋଲି ଜି-୨୦ ଶକ୍ତିମନ୍ତ୍ରୀ ସମ୍ମିଳନୀରେ ଭିଡିଓ କନଫରେନ୍ସି ଯୋଗେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା ସାଉଦି ରାଜକୁମାର ଅବଦୁଲ ଅଜିଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରି ଶ୍ରୀ ପ୍ରଧାନ ବିଶ୍ୱରେ ଚଳିତ ଅଭାବନୀୟ ପରିସ୍ଥିତି ସମୟରେ ଅନ୍ତରାଷ୍ଟ୍ରୀୟ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଭାରତରେ ୨୧ ଦିନିଆ ତାଲାବନ୍ଦ ସମୟରେ ଏଲପିଜି ଛଡା ଅନ୍ୟ ସବୁ ପେଟ୍ରୋଲିୟମ ଉତ୍ପାଦର ବ୍ୟବହାର କମ୍ ହୋଇଛି। ଦେଶର ୮୦.୩ ମିଲିୟନରୁ ଉର୍ଦ୍ଧ୍ୱ ଗରିବ ପରିବାରକୁ ଆଗାମୀ ୩ ମାସ ପର୍ଯ୍ୟନ୍ତ ମାଗଣା ଏଲପିଜି ଯୋଗାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଷ୍ପତି କରିଛନ୍ତି। ଦେଶରେ ୨୩ ବିଲିୟନ ଡଲାର ଆର୍ଥିକ ପ୍ୟାକେଜରେ ମାଗଣା ଏଲପିଜି ଯୋଗାଣ କାରଣରୁ ଏହାର ଚାହିଦା ଦେଶରେ ବଢିଥିବା ଶ୍ରୀ ପ୍ରଧାନ କହିଛନ୍ତି।

ଭାରତରେ ବଢୁଥିବା ଏଲପିଜି ଆବଶ୍ୟକତାକୁ ଦେଶର ପାରମ୍ପରିକ ମିତ୍ର ରାଷ୍ଟ୍ର ଗୁଡିକ ପୂରଣ କରୁଥିବାରୁ ଶ୍ରୀ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଛନ୍ତି।

ସେହିପରି ତୈଳ ଉତ୍ପାଦନକାରୀ ରାଷ୍ଟ୍ର ମାନଙ୍କ ପାଇଁ ଉଚିତ୍ ମୂଲ୍ୟ ତଥା କ୍ରୟ କରୁଥିବା ଭାରତ ପରି ଦେଶ ମାନଙ୍କ ପାଇଁ କଷ୍ଟ ନହେବା ପରି ମୂଲ୍ୟ ନେଇ ଭାରତର ପୂର୍ବ ମତକୁ ଏହି ସମ୍ମିଳନୀରେ ଦୋହରାଇଥିଲେ ଶ୍ରୀ ପ୍ରଧାନ।

ବିଶ୍ୱର ତୈଳ ଚାହିଦା କମ୍ ହେଉଥିବା ବେଳେ ଆଗାମୀ ଦିନରେ ଇନ୍ଧନ ଚାହିଦା ବଢାଇ ଯୋଗାଣକୁ ବୃଦ୍ଧି କରି ଉତ୍ପାଦନକାରୀ ଦେଶମାନେ ମୂଲ୍ୟ କମ୍ ରଖିବା ସମୟର ଆବଶ୍ୟକତା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ା

ବୈଶ୍ୱିକରଣ ସଜ୍ଞା କେବଳ ଆର୍ଥିକ ଏଜେଣ୍ଡା ଆଧାରରେ କରାଯିବା ଉଚିତ୍ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ମତକୁ ଏହି ସମ୍ମିଳନୀରେ ଦୋହରାଇଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ।

ଏହି ସମ୍ମିଳନୀରେ ଆର୍ଜେଂଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ, ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲି, ଜାପାନ, ମେକ୍ସିକୋ, ସାଉଥ କୋରିଆ, ଋଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କି, ଆମେରିକା, ଇଂଲଣ୍ଡ, ସ୍ପେନ, ସିଙ୍ଗାପୁର, ସୁଇଜରଲ୍ୟାଣ୍ଡ ଏବଂ ୟୁରୋପୀୟ ୟୁନିୟନ ତଥା ବିଶ୍ୱ ତୈଳ ସଂଗଠନମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.