Home ଜିଲ୍ଲା ପରିକ୍ରମା ଜିଲ୍ଲା ସ୍ତରୀୟ ଦ୍ୱିତୀୟ ଦିନିକିଆ ମିନି ନୁଯୁକ୍ତିମେଳା ଆୟୋଜିତ

ଜିଲ୍ଲା ସ୍ତରୀୟ ଦ୍ୱିତୀୟ ଦିନିକିଆ ମିନି ନୁଯୁକ୍ତିମେଳା ଆୟୋଜିତ

38

ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆରେ ଭଦ୍ରକ ଜିଲ୍ଲା ସ୍ତରୀୟ ଦ୍ୱିତୀୟ ଦିନିକିଆ କ୍ଷୁଦ୍ର ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରିଣୀ ଅନୀତା ନାୟକଙ୍କ ସଂଯୋଜନାରେ ଏହି ମେଳା ଆୟୋଜିତ ହୋଇଥିଲା । ପୂର୍ବରୁ ଗତ ଜାନୁୟାରୀ ୧୯ ତାରିଖରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପ୍ରଥମ ମିନି ନିଯୁକ୍ତି ମେଳାରୁ ବଞ୍ôଚତ ଥିବା ସମସ୍ତ ନିଯୁକ୍ତି ଆଶାୟୀ ମାନେ ଏହି ମେଳାର ସୁଯୋଗ ନେଇ ପାରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଯୁବ ବେକାରୀମାନେ ଏହି ମେଳାରେ ଅଂଶ ଗ୍ରହଣ କରିଥିବା ନିଯୁକ୍ତି ଦାତା ମାନଙ୍କ ଦ୍ୱାରା ପ୍ରଦତ୍ତ ସୁବିଧା ସୁଯୋଗ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ବୁଝି ପୂର୍ଣ୍ଣମାତ୍ରାରେ ତାର ସଦୁପଯୋଗ କରିବାକୁ ମଧ୍ୟ ସେ ପରାମର୍ଶ ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟକି ଏହି ମେଳାରେ ସମୁଦାୟ ୧୬ ଟି କମ୍ପାନୀ ନିଯୁକ୍ତି ଦାତା ଭାବେ ଯୋଗଦେଇ ନିଜ ନିଜ ଷ୍ଟଲ ଜରିଆରେ ପିଲାମାନଙ୍କୁ ସଂପୃକ୍ତ କମ୍ପାନୀର ସୁବିଧା ସୁଯୋଗ ଚାକିରୀ ସମ୍ବନ୍ଧରେ ବୁଝାଇଥିଲେ । ସମୁଦାୟ ୩୪୦ସଂଖ୍ୟକ ନିଯୁକ୍ତି ଆଶାୟୀ ଏହି ମେଳା ଜରିଆରେ ନିଯୁକ୍ତି ପାଇବା ଆଶାରେ ନାମ ପଞ୍ଜିକରଣ କରିଥିଲେ । ସେମାନଙ୍କ ମଧ୍ୟରେ ୧୧୪ ନିଯୁକ୍ତି ଆଶାୟୀ ପ୍ରାର୍ଥୀଙ୍କୁ ସଂପୃକ୍ତ କମ୍ପାନୀ ମାନଙ୍କ ଜରିଆରେ ସୁବିଧାପ୍ରଦାନ ପାଇଁ ତାଲିକାଭୁକ୍ତ କରାଯାଇଛି ଏବଂ ୨୧ ଜଣ ତାଲିମ୍ ଗ୍ରହଣ ପାଇଁ ନାମ ପଞ୍ଜିକୃତ କରିଛନ୍ତି । ୩ଟି ତାଲିମ୍ ପ୍ରଦାନକାରୀ ସଂସ୍ଥା ଏଥିରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ ବିଭାଗର ଦକ୍ଷତା ବିକାଶ-ତଥା-ନିୟୋଜନ ଅଧିକାରୀ ଗାୟତ୍ରୀ ବେହେରା ଓ କନିଷ୍ଠ ସହକାରୀ ବିଭୂତି ଭୂଷଣ ପାଣିଗ୍ରାହୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.