ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସ୍କୁଲରେ ଆଜି ସ୍କୁଲର ସଭାଗୃହରେ ଦିବଂଗତ ରାୟ ରାମାନନ୍ଦ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ପୁରାତନ ଛାତ୍ର ସଂସଦର ସଭାପତି ସୌରେଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସ୍ୱର୍ଗତଃ ଆତ୍ମା ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ରାୟ ରାମାନନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରାଯାଇଥିଲା । ଉକ୍ତ ସଭାରେ ହାଇସ୍କୁଲର ପ୍ରଧାନ ଶିକ୍ଷକ ଡ଼. ପ୍ରଫୁଲ୍ଲ କୁମାର ସାହୁ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗୟାଧର ପଣ୍ଡା, ବରିଷ୍ଠ ସାମ୍ବାଦିକ ନିହାର ଦାସ, ସାହିତ୍ୟକା ରାଧାରାଣୀ ମହାପାତ୍ର ତଥା ଭଣ୍ଡାରିପୋଖରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ରତିକାନ୍ତ ବେହେରା ପ୍ରମୁଖ ଯୋଗ ଦେଇ ରାୟ ରାମାନନ୍ଦଙ୍କର ସାଙ୍ଗଠନିକ ଦକ୍ଷତା, ନାଟ୍ୟକଳା ନିପୂଣତା ତଥା ଅମାୟିକ ବ୍ୟକ୍ତିତ୍ୱ ସମ୍ପର୍କୀତ ସ୍ମୃତିଚାରଣ କରିଥିଲେ । ଛାତ୍ର ସଂସଦ ସମ୍ପାଦକ ଡ଼. ପ୍ରଭାସ ମହାନ୍ତି ପୁରାତନ ଛାତ୍ର ସଂସଦର ସ୍ରଷ୍ଟା ଭାବରେ ଏବଂ ୧୨୫ ବର୍ଷ ପୂର୍ତୀ ଉତ୍ସବରେ ରାୟ ରାମାନନ୍ଦଙ୍କର ଉର୍ତ୍ସଗୀକୃତ ଯୋଗଦାନକୁ ଭୁୟଶୀ ପ୍ରଶଂସା କରିଥିଲେ । ଜିଲ୍ଲାସ୍କୁଲର ପୁରାତନ ଛାତ୍ର ତଥା ପ୍ରାକ୍ତନ ମନ୍ତ୍ରୀ ମନମୋହନ ସାମଲ ମଧ୍ୟ ଆଭାସୀ ମାଧ୍ୟମରେ ସ୍ୱର୍ଗତଃ ଆତ୍ମା ପ୍ରତି ନିଜର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ବ୍ୟକ୍ତ କରିଥିଲେ । ପୁରାତନ ଛାତ୍ର ସଂସଦର ଯୁଗ୍ମ ସମ୍ପାଦକ ଇନ୍ଦ୍ରମଣି ପଣ୍ଡା, ସଦସ୍ୟ ବାଦଲ କୁମାର ବଳ, କଳ୍ପତରୁ ସାହୁ, ଶଙ୍କର୍ଷଣ ମହାନ୍ତି, ଉତ୍କଳ ଚାନ୍ଦ, ବରିଷ୍ଠ ଶିକ୍ଷୟତ୍ରୀ ତପସ୍ୱୀନି ଦାସ ପ୍ରମୁଖ ସ୍ମୃତିଚାରଣରେ ଅଂଶ ଗ୍ରହଣ କରି ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଲା ସ୍କୁଲର ଶିକ୍ଷୟତ୍ରୀ ବସୁମତୀ ଧଳ, ଶିକ୍ଷକ ମୁରାଦ ଅଲ୍ଲୀ ଖାଁ, ଶିକ୍ଷା କର୍ମଚାରୀ ଶ୍ରୀକାନ୍ତ କୁମାର ଦାସ, ଅମରେନ୍ଦ୍ର ରାଉତ, ସ୍ମରଜିତ ମହାନ୍ତି ଏବଂ ନିତ୍ୟାନନ୍ଦ ଜେନା ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ରହିଥିଲେ ।