Home ଜିଲ୍ଲା ପରିକ୍ରମା ଜିଲ୍ଲା ମାଜିଷ୍ଟ୍ରେଟ ରାୟ ପରେ ପୂର୍ଣ୍ଣକାର୍ଯ୍ୟକ୍ଷମ ହେବ ବଡ଼ବର୍ଚ୍ଚିକୟାଁ ପଞ୍ଚାୟତ ଗୃହ

ଜିଲ୍ଲା ମାଜିଷ୍ଟ୍ରେଟ ରାୟ ପରେ ପୂର୍ଣ୍ଣକାର୍ଯ୍ୟକ୍ଷମ ହେବ ବଡ଼ବର୍ଚ୍ଚିକୟାଁ ପଞ୍ଚାୟତ ଗୃହ

20

ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ଗ୍ରାମ ପଞ୍ଚାୟତ ପୁର୍ନଗଠନ ଆଇନ ଅନୁଯାୟୀ ୨୦୧୬ ମସିହାରେ ବନ୍ତ ବ୍ଲକରେ ଥିବା ୨୨ ଗୋଟି ପଞ୍ଚାୟତକୁ ୨୫ ଗୋଟି ପଞ୍ଚାୟତରେ ପରିଣତ କରାଯାଇଥିଲା । ବୃଦ୍ଧି ହୋଇଥିବା ୩ଗୋଟି ଗ୍ରା:ପ: ମଧ୍ୟରୁ ବଡ଼ବର୍ଚ୍ଚିକୟାଁ ଗ୍ରା:ପ: ଅନ୍ୟତମ ।୨୦୧୭ ପଞ୍ଚାୟତ ନିର୍ବାଚନ ପରେ ୨୦୧୭-୧୮ ଆର୍ôଥକବର୍ଷରେ ନୂତନ ଗ୍ରା:ପ: କାର୍ଯ୍ୟାଳୟ ନିର୍ମାଣ ପାଇଁ ୩୪ ଲକ୍ଷ ୭୦ ହଜାର ଟଙ୍କା ମଞ୍ଜୁର ହୋଇ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ୨୦୧୯ ମସିହାରେ ଗୃହ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁଥିବା ବେଳେ କିଛି କୁଚକ୍ରୀ ଗୋଷ୍ଟୀର ବ୍ୟକ୍ତି ନିର୍ମାଣଧିନ ପଞ୍ଚାୟତ ଗୃହଟି ସ୍କୁଲ ନିମନ୍ତେ ସଂରକ୍ଷିତ ଜାଗାରେ ହେଉଥିବାର ଅଭିଯୋଗ କରି ୨୨-୭- ୨୦୨୦ ମସିହାରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲ ରୁଜ୍ଜୁ କରିଥିଲେ । ଓଡ଼ିଶା ହାଇକୋର୍ଟ ତା ୩-୯-୨୦ରିଖ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଭଦ୍ରକ ଜିଲ୍ଲା ମାଜିଷ୍ଟ୍ରେଟ ଉଭୟପକ୍ଷଙ୍କ ଶୁଣାଣୀ କରି ବିଡ଼ିଓ, ତହସିଲଦାର, ଓ ବିଇଓଙ୍କୁ ଯୁଗ୍ମ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ବିଡ଼ିଓ ରେବେକା ବିଲୁଙ୍ଗ, ତହସିଲଦାର ଇନ୍ଦିରା ସାହୁ, ବିଇଓ କୈଳାସ ଚନ୍ଦ୍ର ଜେନା ମିଳିତ ତଦନ୍ତ କରିଥିଲେ । ତଦନ୍ତ ରିପୋର୍ଟ ପାଇବା ପରେ ଗତ ୩୦-୧୨-୨୦ରେ ଜିଲ୍ଲା ମାଜିଷ୍ଟ୍ରେଟ ଶୁଣାଣୀ କରିଥିଲେ । ରିପୋର୍ଟକୁ ତର୍ଜମା କରି ଇତି ମଧ୍ୟରେ ରାୟ ପ୍ରକାଶ ପାଇଛି । ଏହି ରାୟରେ ସ୍କୁଲ ନିର୍ମାଣ ତଥା ଭିତ୍ତିଭୂମି ଉନ୍ନତି ନିମନ୍ତେ ସେଠାରେ ପର୍ଯ୍ୟାପ୍ତ ସରକାରୀ ଜମି ରହିଛି, ତେଣୁ ବିବାଦୀୟ ବୃତ୍ତିରେ ପଞ୍ଚାୟତ ଗୃହ ନିର୍ମାଣ ହେଲେ ସ୍କୁଲ ନିମନ୍ତେ ଆଗକୁ କୌଣସି ଅସୁବିଧା ହେବ ନାହିଁ ବୋଲି ରାୟ ଦେଇଛନ୍ତି । ଏ ବିବାଦରେ ସତ୍ୟର ଜୟ ହୋଇଛି ବୋଲି ସରପଞ୍ଚ ବିଷ୍ଣୁ ମୋହନ ଯେନା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.