Home ଜିଲ୍ଲା ପରିକ୍ରମା ଜିଲ୍ଲା ମହୋତ୍ସବ ଭଦ୍ରାୟଣୀ ପଲ୍ଲିଶ୍ରୀ ଓ କୃଷିଯନ୍ତ୍ରପାତି ମେଳାରେ ୬କୋଟି ରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ

ଜିଲ୍ଲା ମହୋତ୍ସବ ଭଦ୍ରାୟଣୀ ପଲ୍ଲିଶ୍ରୀ ଓ କୃଷିଯନ୍ତ୍ରପାତି ମେଳାରେ ୬କୋଟି ରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ

6

ଭଦ୍ରକ, ୩୦ା୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଜାନୁୟାରୀ ୨୫ ତାରିଖରୁ ଉଦ୍‌ଘାଟିତ ହୋଇ ୫ ଦିନିଆ ଭଦ୍ରକ ଜିଲ୍ଲା ମହୋତ୍ସବ ଭଦ୍ରାୟଣୀ ସଫଳତା ସାଉଁଟି ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ଏହି ମହୋତ୍ସବରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ସହିତ ପଲ୍ଲିଶ୍ରୀ ମେଳାର ଆୟୋଜନ କରାଯାଇଥିଲା । କୃଷି ଯନ୍ତ୍ରପାତି ମେଳାରେ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନାରେ ହିତାଧିକାରୀ ମାନଙ୍କୁ ୫ ଦିନ ମଧ୍ୟରେ ୪ କୋଟି ୬୯ ଲକ୍ଷ ଟଙ୍କାର ଯନ୍ତ୍ରପାତି ସବ୍‌ସିଡ଼ି ଆଧାରରେ ବିକ୍ରୟ କରାଯାଇଛି । ୮୩୫ ଜଣ ହିତାଧିକାରୀ ବୁକିଂ କରିଥିବା ବେଳେ ୩୭ଟି ଉପକରଣ ତତ୍‌କାଳ ପ୍ରଦାନ କରାଯାଇଛି । ସମୁଦାୟ ବ୍ୟବସାୟର ମୂଲ୍ୟ ୪ କୋଟି ୬୯ ଲକ୍ଷ ଏବଂ ଏହାର ସବ୍‌ସିଡ଼ି ମୂଲ୍ୟ ଏକ କୋଟି ୨୨ ଲକ୍ଷ । ପ୍ରଦାନ କରାଯାଇଥିବା ୩୭ଟି ଉପକରଣର ମୂଲ୍ୟ ୮୪ ଲକ୍ଷ ୩୭ ହଜାର ୮ ଟଙ୍କା ଏବଂ ଏହାର ସବସିଡ଼ି ମୂଲ୍ୟ ୨୮ ଲକ୍ଷ ୩୧ ହଜାର ଟଙ୍କା । ପ୍ରଦାନ କରାଯାଇଥିବା ଉପକରଣ ମଧ୍ୟରେ ମିନି ରାଇସ୍ ମିଲ୍‌, ରବର ରୋଲର ସେଲର, ପାୱାରଟିଲର ପମ୍ପସେଟ୍‌, ଧାନକଟା ମେସିନ୍‌, ପାୱାର ୱିଡ଼ର, ଟ୍ରାକ୍ଟର, ମଲ୍‌ଟି କ୍ରପ୍ ଥ୍ରେସର ଆଦି ଅନ୍ତର୍ଭୁକ୍ତ । ସର୍ବାଧିକ ବ୍ୟବସାୟ ପାଇଁ କୃଷି ବିଭାଗକୁ ଭଦ୍ରାୟଣୀ ମଞ୍ଚରେ ପୁରସ୍କୃତ କରାଯାଇଥିଲା ।

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନାରାୟଣ ଉପାଧ୍ୟାୟ ଏବଂ ଜିଲ୍ଲା କୃଷି ଅଧିକାରୀ ଶ୍ରୀଧର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କୃଷିଯନ୍ତ୍ରପାତି ମେଳା ଆୟୋଜିତ ହୋଇଥିଲା । ଭଦ୍ରକ ଜିଲ୍ଲା ମହୋତ୍ସବ ଭଦ୍ରାୟଣୀ ଓ ପଲ୍ଲିଶ୍ରୀ ମେଳାରେ ୨୨୩ ଟି ଷ୍ଟଲ ହୋଇଥିଲା ଏବଂ ଗୋଟିଏ ଥିମ୍ ଷ୍ଟଲ ବା ଲାଇଭ୍ ଡେମୋନଷ୍ଟେସନ ଷ୍ଟଲ ହୋଇଥିଲା । ଏଥିରେ ୨୮ ଟି ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀର ସମୁଦାୟ ୭୦ ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ । ୨୦ ଜଣ ସୁଦକ୍ଷ କୁଶଳୀ କାରୀଗର ମଧ୍ୟ ଅଂଶଗ୍ରହଣ କରିଥିଲେ । ଭଦ୍ରକ ଜିଲ୍ଲାର ୬ଟି ବ୍ଲକ ଓ ମ୍ୟୁନିସ୍‌ପାଲଟିରୁ ୩୫ ଜଣ ସ୍ୱୟଂ ସହାୟକ ଓ ଉତ୍ପାଦକ ଗୋଷ୍ଠୀର ସଦସ୍ୟ ଅଂଶ ଗ୍ରହଣ କରିଥିଲେ । ୭ଟି ଖାଦ୍ୟ ଷ୍ଟଲ ମଧ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ହୋଇଥିଲା । ସମୁଦାୟ ୧,୬୦,୪୬, ୩୮୧, ଟଙ୍କାର ବିକ୍ରି ବଟା ହୋଇଥିଲା । ଓରମାସ ଏକ୍‌ଜିକ୍ୟୁଟିଭ୍ ଅଧିକାରୀ ଭାଗ୍ୟଲକ୍ଷ୍ମୀ ରାଉତ, ଓ.ଏଲ୍‌.ଏମ୍ ର ଡି.ପି.ଏମ୍‌. ସଂଜୟ ବାରିକ୍‌, ଡି.ପି.ସି. ଅଭିକ୍ ନାରାୟିନ୍ ପ୍ରମୁଖ ଏସ୍‌.ଏଚ.ଜି. ଷ୍ଟଲ ଆୟୋଜନ ଓ ପରିଚାଳନା ଦାୟିତ୍ୱ ନିଭାଇଥିଲେ ଏବଂ ବେଷ୍ଟ୍ ଏସ୍‌.ଏଚ୍‌.ଜି ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.