Home ଜିଲ୍ଲା ପରିକ୍ରମା ଜିଲ୍ଲା ପୁଲିସ ପକ୍ଷରୁ ୬୧ତମ ସହିଦ ଦିବସ ପାଳିତ

ଜିଲ୍ଲା ପୁଲିସ ପକ୍ଷରୁ ୬୧ତମ ସହିଦ ଦିବସ ପାଳିତ

43

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁଲିସ ସମାଜର ରକ୍ଷକ । ସେମାନେ ନିଜକୁ ସମାଜ ପାଇଁ ଉତ୍ସର୍ଗୀକୃତ । ସେବା ସେମାନଙ୍କର ମୂଳ ଲକ୍ଷ୍ୟ ହେବା ଉଚିତ । କର୍ତ୍ତବ୍ୟ ପରାୟଣତା ସହିତ ସମୟାନୁବର୍ତ୍ତିତା ହେଲେ ପୁଲିସ ଜନ ସାଧାରଣଙ୍କ ଆସ୍ଥା ଭାଜନ ହୋଇ ପାରିବ । ସର୍ବୋପରି ପୁଲିସ ଏବଂ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କର ଦୂରତାକୁ କମ୍ କରି ପୁଲିସ ଜନସାଧାରଣଙ୍କ ନିକଟବର୍ତ୍ତୀ ହୋଇ ପାରିଲେ, ସମାଜରେ ଶାନ୍ତି ପ୍ରତିଷ୍ଠା ସମ୍ଭବ ହେବ ଏବଂ ଲୋକଙ୍କ ମନରେ ପୁଲିସ ପ୍ରତି ରହିଥିବା ଘୃଣା ଭାବ ଦୂର ହୋଇ ପାରିବ ବୋଲି ଆଜି ଭଦ୍ରକ ଚରମ୍ପା ସ୍ଥିତ ପୁଲିସ ରିଜର୍ଭ ପଡିଆରେ ୬୧ତମ ପୁଲିସ ସହିଦ ଦିବସ ପାଳନ ଅବସରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜେଶ ପଣ୍ଡିତ କହିଛନ୍ତି । ଶ୍ରୀ ପଣ୍ଡିତ ପୁଲିସ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ପରେ ଗତବର୍ଷ ସମଗ୍ର ଦେଶରେ ସହିଦ ହୋଇଥିବା ୨୬୫ଜଣଙ୍କ ନାମ ପଢିଥିଲେ । ଚଳିତ ବର୍ଷ କରୋନା ମହାମାରୀରେ ବିଶ୍ୱ କବଳିତ ହୋଇଥିବା ବେଳେ ଏଥିରୁ ମୁକଳିବା ପାଇଁ ସଚେତନତା ଜରୁରୀ । କରୋନାରେ ଯେଉଁ ଆରକ୍ଷୀମାନେ କରୋନା ଯୋଦ୍ଧା ଭାବେ ଜୀବନ ହାରିଛନ୍ତି, ସେମାନଙ୍କୁ ଶ୍ରୀ ପଣ୍ଡିତଙ୍କ ସମେତ ସମସ୍ତ ପୁଲିସ କର୍ମଚାରୀ, ଅଧିକାରୀ, ଅବସରପ୍ରାପ୍ତ କର୍ମଚାରୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ୧୯୫୯ ମସିହା ଅକ୍ଟୋବର ୨୧ ତାରିଖରେ ୧୦ ଜଣ ସିଅ ।ରପିଏଫ ଜବାନ ଚୀନ ସୈନ୍ୟଙ୍କ ହାତରେ ପ୍ରାଣବଳୀ ଦେଇଥିଲେ ଏବଂ ସେହି ଦିନକୁ ପୁଲିସ ବିଭାଗ ସହିଦ ଦିବସ ଭାବେ ପାଳନ କରି ଆସୁଛି ବୋଲି ପଣ୍ଡିତ ପ୍ରକାଶ କରିଥିଲେ । ଏହି ଅବସରରେ ଭଦ୍ରକ ଜିଲ୍ଳା ପୁଲିସ କ୍ଷେତ୍ରରେ ଗ୍ରହଣ କରାଯାଇଥିବା କେତେକ ଉଲ୍ଲେଖନୀୟ ପଦକ୍ଷେପ ଗୁଡିକ ସମ୍ପର୍କରେ ସୂଚନା ଦେଇଥିଲେ । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି କୈଳାସ ପରିଡା, ବିକାଶ ଦାଶ, ଭଦ୍ର୍ରକ ଏସଡିପିଓ ସିଦ୍ଧାର୍ଥ ରାୟଙ୍କ ସମେତ ବହୁ ପୁଲିସ ଅଧିକାରୀ, ଅବସରପ୍ରାପ୍ତ ପୁଲିସ କର୍ମଚାରୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.