Home ଜିଲ୍ଲା ପରିକ୍ରମା ଜିଲ୍ଲା କାର୍ଯ୍ୟାଳୟ କର୍ମଚାରୀ ପରିଷଦର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

ଜିଲ୍ଲା କାର୍ଯ୍ୟାଳୟ କର୍ମଚାରୀ ପରିଷଦର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

17

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତବର୍ଷ ଠାରୁ ଆରମ୍ଭ ହୋଇଥିବା ଭଦ୍ରକ କଲେକ୍ଟରେଟ୍ କ୍ରିକେଟ୍ ଲିଗ୍ ମ୍ୟାଚର ସିଜନ ୨ର ଶୁଭାରମ୍ଭ କରାଯାଇଛି । ଭଦ୍ରକ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ କର୍ମଚାରୀ ପରିଷଦ ଆନୁକୂଲ୍ୟରେ ଆୟୋଜିତ ତିନି ଦିନିଆ ଟେନିସ୍ ବଲ୍ କ୍ରିକେଟ୍ ଟୁର୍ଣର୍ାମେଣ୍ଟ ନଭେମ୍ବର ୨୨ ରୁ ୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ନାଇଟ୍ କ୍ରିକେଟ୍ ମ୍ୟାଚ ହିସବାରେ ପ୍ରତିଦିନ ସନ୍ଧ୍ୟା ୬.୩୦ ଘଟିକାରେ ମ୍ୟାଚ୍ ଆରମ୍ଭ କରାଯିବ । ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ସବୁକୁ ୨ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି । ୩ ଦିନରେ ଲିଗ୍‌, ସେମିଫାଇନାଲ୍ ଓ ଫାଇନାଲ ସହ ସମୁଦାୟ ୯ଟି ମ୍ୟାଚ୍ କେଳାଯିବାର କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯାଇଛି । ଉଦ୍‌ଘାଟନୀ ମ୍ୟାଚ୍ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଏସ୍‌.ଏସ୍‌.ପି ବରୁଣ ଗୁଣ୍ଟୁପାଲି ଫିତାକାଟି ମ୍ୟାଚକୁ ଉଦ୍‌ଘାଟନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତିଙ୍କ ଅଧିନାୟକତ୍ୱରେ ଜିଲ୍ଳା ପ୍ରଶାସନ ଦଳ ଏବଂ ସି.ଟି.ଡ଼ିଏସ୍‌.ପି. ଅଂଶୁମାନ ଦ୍ୱିବେଦୀଙ୍କ ଅଧିନାୟକତ୍ୱରେ ଜିଲ୍ଲା ପୋଲିସ୍ ଦଳ ଖେଳିଥିଲେ ।

ଉପଜିଲ୍ଲାପାଳ ମନୋଜ ପାତ୍ର ଜିଲ୍ଲା ପ୍ରଶାସନ ଦଳର ଉପଅଧିନାୟକ ଏବଂ ଟାଉନ୍ ଥାନା ଅଧିକାରୀ ବୀରେନ୍ଦ୍ର ସେସନାପତି ଉପଅଧିନାୟକ ଦାୟିତ୍ୱ ସମ୍ଭାଳି ଥିଲେ । ଡ଼େପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ ଓମ୍ପାୟାର ଦାୟିତ୍ୱ ବହନ କରିଥିଲେ । ସମସ୍ତ ଖେଳ ୮ ଓଭର ବିଶିଷ୍ଟ ଖେଳାଯିବାର କାର୍ଯ୍ୟକ୍ରମ ଅଛି । ସଟ୍ ବାଉଣ୍ଡାରୀ ପାଇଁ ଛକା ନଥିବା ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଜିଲ୍ଲା ପୋଲିସ୍ ଦଳ ମ୍ୟାଚ୍ ଜିତି ପ୍ରଥମେ ବୋଲିଂ ନେଇଥିଲେ । ପ୍ରଥମ ଦିନର ଦ୍ୱିତୀୟ ମ୍ୟାଚରେ ଜିଲ୍ଲା ରେଜିଷ୍ଟ୍ରେସନ ଏକାଦଶ ଓ ଜିଲ୍ଲା କୃଷି ଏକାଦଶ ମଧ୍ୟରେ ଏବଂ ଶେଷ ମ୍ୟାଚ୍ କଲେକ୍ଟରେଟ୍ ଷ୍ଟାଫ୍ ଏକାଦଶ ଜିଲ୍ଲା ପୋଲିସ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍‌ରେ ଜିଲ୍ଲା ପୋଲିସ୍ ଏକାଦଶ ୮ ଉଇକେଟ୍‌ରେ କଲେକ୍ଟରେଟ୍ ଷ୍ଟାପ୍ ଏକାଦଶକୁ ପରାସ୍ତ କରିଥିଲା । ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ , ଜିଲ୍ଲା କ୍ରୀଡ଼ା ଅଧିକାରୀ ପଦ୍ମନ ରାୟ, ଡ଼େପୁଟୀ କଲେକ୍ଟର ସାଗରିକା ସାହୁ ଏବଂ ଅନ୍ୟ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ମଧ୍ୟ ଏହି ଖେଳରେ ଉପସ୍ଥିତ ଥିଲେ । ଉତ୍ସାହପ୍ରଦ ଏବଂ ଆକର୍ଷଣୀୟ ଏହି ମ୍ୟାଚ ଦେଖିବା ପାଇଁ ସମସ୍ତ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ଅନ୍ୟ ଦର୍ଶକ ଭରପୁର ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.