Home ଜିଲ୍ଲା ପରିକ୍ରମା ଜିଲ୍ଲା କାର୍ଯ୍ୟାଳୟରେ ମିଳିତ ଜନଶୁଣାଣି ଶିବିର, ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୭୫ ହଜାର ଟଙ୍କାର ଚିକିତ୍ସା ସହାୟତା...

ଜିଲ୍ଲା କାର୍ଯ୍ୟାଳୟରେ ମିଳିତ ଜନଶୁଣାଣି ଶିବିର, ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୭୫ ହଜାର ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ

17

ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ମାସର ପ୍ରଥମ ସୋମବାର ଛୁଟି ଦିବସ ଥିବାରୁ ସରକାରୀ ନିୟମାନୁଯାୟୀ ପରଦିନ ମଙ୍ଗଳବାର ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଏସ୍‌୍‌.ପି.ଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଭଦ୍ରକ ଏସ୍‌.ପି. ବରୁଣ ଗୁଣ୍ଟୁପାଲି ଏହି ଶିବିରରେ ଯୋଗଦେଇ ସମୁଦାୟ ୬୨ ଜଣଙ୍କ ଠାରୁ ଅଭିଯୋଗ ଶୁଣିଥିଲେ । ସେଥି ମଧ୍ୟରେ ୪ଟି ଗ୍ରାମ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଓ ୫୮ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଅଭିଯୋଗ ଥିଲା । ୩ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା । ଚିକିତ୍ସା ସହାୟତା ପ୍ରଦାନ ସମ୍ବନ୍ଧୀୟ ଆଗତ ଅଭିଯୋଗ ମଧ୍ୟରୁ ୮ ଜଣ ରୋଗୀଙ୍କ ଆବେଦନ ମଞ୍ଜୁର କରାଯାଇ ସି.ଏମ୍‌.ଆର.ଏଫ୍‌.ରୁ ସମୁଦାୟ ୭୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରେ ରବିନାରାୟଣ ଦାସଙ୍କୁ ୭,୦୦୦ ହଜାର, ଶତୃଘ୍ନ ଦାସଙ୍କୁ ୧୦,୦୦୦/- ରଥ ସାହୁଙ୍କୁ ୧୦,୦୦୦/-, ଜୟନ୍ତୀ ଜେନାଙ୍କୁ ୧୫,୦୦୦/- ସରସ୍ୱତୀ ଦାସଙ୍କୁ ୧୦ ହଜାର, ତପନ ଦାସଙ୍କୁ ୧୦ ହଜାର, ଚିତ୍ତରଞ୍ଜନ ଦାସଙ୍କୁ ୧୦ ହଜାର ଓ ଦେବେନ୍ଦ୍ର ଘଡ଼େଇଙ୍କୁ ୩ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର ପ୍ରମୁଖଙ୍କ ସହ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଏହି ଶିବିରରେ ଯୋଗଦେଇ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ନିୟମାନୁଯାୟୀ ଅଭିଯୋଗ ସବୁର ସମାଧାନ ପାଇଁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ରାସ୍ତା, ଆବାସ ଯୋଜନା, ଭତ୍ତା, ବକେୟା ଦରମା ପ୍ରାପ୍ତ ନହେବା ପ୍ରଭୃତି ସମ୍ବନ୍ଧରେ ଅଭିଯୋଗ ଆସିଥିଲା । ଅଭିଯୋଗ ଉପସ୍ଥାପନାରେ ଡେପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ ଓ ରାଜୀବ ହାଁସଦା ଏବଂ ଅଭିଯୋଗ ପଞ୍ଜିକରଣରେ ସାଧାରଣ ବିବିଧ ବିଭାଗର ଅଭିନେତ୍ରୀ ମହାନ୍ତି ଓ ଲିପ୍‌ସା ରାଣୀ ରାଉତ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.