Home ଜିଲ୍ଲା ପରିକ୍ରମା ଜିଲ୍ଲା କଂଗ୍ରେସ ପକ୍ଷରୁ କଳିଙ୍ଗନଗର ଆଦିବାସୀ ଗଣହତ୍ୟା ଶ୍ରଦ୍ଧାଞ୍ଜଳି ଦିବସ ପାଳିତ

ଜିଲ୍ଲା କଂଗ୍ରେସ ପକ୍ଷରୁ କଳିଙ୍ଗନଗର ଆଦିବାସୀ ଗଣହତ୍ୟା ଶ୍ରଦ୍ଧାଞ୍ଜଳି ଦିବସ ପାଳିତ

19

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୨୦୦୬ ମସିହା ଆଜିର ଦିନରେ ଯାଜପୁର ଜିଲ୍ଲା କଳିଙ୍ଗନଗରଠାରେ ଘଟିଥିବା ଲୋମହର୍ଷଣକାରୀ ଆଦିବାସୀଙ୍କ ଗଣହତ୍ୟାର ୧୫ ବର୍ଷପୂର୍ତ୍ତି ଅବସରରେ ଜିଲ୍ଲା କଂଗ୍ରେସ ପକ୍ଷରୁ କଳିଙ୍ଗନଗର ଗଣହତ୍ୟା ଶ୍ରଦ୍ଧାଞ୍ଜଳି ଦିବସ ପାଳିତ ହୋଇଛି । ଏଥି ଉପଲକ୍ଷେ ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁବ୍ରତ ଦାସ ନେତୃତ୍ୱ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦାସ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପୌରୋହିତ୍ୟ କରିବା ସହିତ ଉଦ୍‌ବୋଧନ ଦେଇ ରାଜ୍ୟର ବିଜେଡି ସରକାର ହେଉଛନ୍ତି ଆଦିବାସୀଙ୍କ ହତ୍ୟାକାରୀ । ନିଜର ହକ୍ ପାଇଁ ଶୀତ କାକରରେ ପଡି ରହି ମାଟି ମାତୃକାର ରକ୍ଷା କରିବାକୁ ଜିଦ୍ ଧରି ବସିଥିବା କଳିଙ୍ଗ ନଗରର ନୀରିହ ଆଦିବାସୀଙ୍କୁ ଯେଉଁ ଭଳି ଭାବରେ ବିଜେଡି ଗୁଣ୍ଡା ଲଗାଇ ଲୋମହର୍ଷଣ ହତ୍ୟା କରିଥିଲା, ତାହା ଓଡ଼ିଶା ଇତିହାସର ଏକ କଳଙ୍କିତ ଅଧ୍ୟାୟ ବୋଲି କହିଥିଲେ । ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ନେତା ନଳିନୀକାନ୍ତ ମହାନ୍ତିଙ୍କ ତାଙ୍କ ଅଭିଭାଷଣରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିବା କରିବା ସହିତ କଳିଙ୍ଗନଗର ହତ୍ୟାକାଣ୍ଡର ଶିକାର ହୋଇଥିବା ଆଦିବାସୀ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହିତ ମୃତକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ନିବେଦନ କରିଥିଲେ । ଏହି ସଭାରେ ବାସୁଦେବପୁର ନେତା ଅଶୋକ ଦାସ, ଚାନ୍ଦବାଲି ନେତା ଦିଗମ୍ବର ଦାସ, ଧାମନଗର ନେତା ବିଦ୍ୟାଧର ଯେନା ଯୋଗ ଦେଇ ନବୀନ ସରକାର ରାଜ୍ୟର ଆଦିବାସୀଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଭୁଆଁ ବୁଲେଇ ଚାଲିଛନ୍ତି । ସରଳତାର ସୁଯୋଗ ନେଇ ସେମାନଙ୍କ ହକ୍ ଛଡାଇ ନେଉଛି । ଏହାକୁ କଂଗ୍ରେସ ପ୍ରତିବାଦ କରିଆସିଛି ଏବଂ ଆଗାମୀ ଦିନରେ କରିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ମହିଳା କଂଗ୍ରେସ ନେତ୍ରୀ ସବିତା ଚନ୍ଦ, ବରିଷ୍ଠ ନେତା ଦିଲିପ ନାୟକ, ଅବଦୁଲ ମୁକିତ ଖାଁ, ପ୍ରଫୁଲ୍ଲ ସାମଲ, ଅସ୍‌ରଫ୍ ଅଲ୍ଲୀ ଖାଁ, ବାବୁଲି ଚାନ୍ଦ, ପୀତବାସ ଧଳ, ସେକ୍ ସମ୍‌ଦାନୀ, ଆଶିଷ ରାଉତ, ରାଜୀବଗାନ୍ଧୀ ପଞ୍ଚାୟତରାଜ ସଂଗଠନ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ଦାସ, ଟାଉନ ସଭାପତି ବିଜୟ ବାରିକ, ବିଜୟ ଶଙ୍କର ମହାନ୍ତି, ନିଶିକାନ୍ତ ନାୟକ, ଅମୁଲ୍ୟ ବେହୁରିଆ, ଅଜୟ ଦାସ, ବୈଲୋଚନ ପଣ୍ଡା ପ୍ରମୁଖ ସାମଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.