Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

16

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭଦ୍ରକଙ୍କ ପକ୍ଷରୁ କାର୍ଯ୍ୟାଳୟର ମହିଳା ମାନଙ୍କୁ ଯୌନ ଶୋଷଣୁର ସୁରକ୍ଷା ନେବା ପାଇଁ ଉପଲବ୍ଧ ଆଇନ୍‌ଗତ ବ୍ୟବସ୍ଥା ଓ ତାହାର କାର୍ଯ୍ୟକାରିତା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ୱାନ୍ ଷ୍ଟପ୍ କେନ୍ଦ୍ର (ସଖୀ), ଭଦ୍ରକ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ସଚେତନତା କାର୍ଯ୍ୟକ୍ରମରେ ଶ୍ରୀ ମୁକ୍ତି ରଞ୍ଜନ ଶତପଥୀ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌-ତଥର-ସ୍ୱତନ୍ତ୍ର ବିଚାରପତି (ପୋକ୍‌ସୋ), ଭଦ୍ରକ ଅଧ୍ୟକ୍ଷତା କରିଥିଲେ ଏବଂ ନେହା ଅଗ୍ରୱାଲ, ସଚିବ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଶ୍ରୀମତୀ ଝରଣା ପଟ୍ଟନାୟକ, ସଭାପତି, ଫେଲୋସିପ୍‌, ଭଦ୍ରକ, ଏସ୍‌.ଏମ୍‌. ଫାରୁକ୍‌, ସଂପାଦକ, ଫେଲୋସିପ୍‌, ଭଦ୍ରକ, ଶ୍ରୀ ଲଲାଟେନ୍ଦୁ ମହାନ୍ତି, ନିର୍ଦ୍ଦେଶକ, ୱାନ୍ ଷ୍ଟପ୍ ସେଣ୍ଟର (ସଖୀ), ଭଦ୍ରକ ପ୍ରମୁଖ ଯୋଗଦେଇ ଏହି ସଚେତନତା କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ବିଶେଷକରି ସୁପ୍ରିମ୍ କୋର୍ଟର ଜଜ୍‌ମେଣ୍ଟ ଏବଂ ମହିଳା ମାନଙ୍କୁ କିପରି ଉପଯୁକ୍ତ ସମ୍ମାନ ଦେବା ଏବଂ କାର୍ଯ୍ୟକ୍ଷେତ୍ରରେ ଯଦି ମହିଳାମାନେ ଯୌନ ନିର୍ଯ୍ୟାତନା ସମ୍ବନ୍ଧୀୟ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି କିପରି ତହାର ପ୍ରତିକାର କରିବେ ସେ ସମ୍ବନ୍ଧୀୟ ଆଇନ୍ କଣ ସବୁ ଅଛି ସେସବୁ ବିଶଦ ଭାବରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆଲୋଚନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.