Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ – ୨୦୨୩ ପାଳିତ

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ – ୨୦୨୩ ପାଳିତ

25

ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ନିଖିଳ ଉତ୍କଳ ହରିଜନ ଆଦିବାସୀ ସେବା ସଂଘ, ନୁହାସ, ବାସୁଦେବପୁର ଠାରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ୨୦୨୩ ପାଳିତ ହୋଇଯାଇଛି । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ, ଶ୍ରୀମତୀ ନୋ ଅଗ୍ରୱାଲ ଏହି ଦିବସ ପାଳନର ଅର୍ଥ, ଦାୟିତ୍ୱ ଏବଂ ପିଲାମାନେ ବାପାମାଆଙ୍କ ପ୍ରତିଥିବା କର୍ତ୍ତବ୍ୟ ସଂପର୍କରେ ବୁଝାଇଥିଲେ । ବରିଷ୍ଠ ନାଗରିକମାନଙ୍କୁ ଉପଯୁକ୍ତ ସମ୍ମାନ, ସ୍ନେହ ଶ୍ରଦ୍ଧା ତଥା ସେମାନଙ୍କର ଯତ୍ନ ସଂପର୍କରେ ମଧ୍ୟ ଗଭୀର ଭାବରେ ଆଲୋକପାତ କରି ବରିଷ୍ଠ ନାଗରିକ ମାନଙ୍କୁ ଜଣ ଜଣ କରି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ରମେଶ ଚନ୍ଦ୍ର ଦୀକ୍ଷିତ, ସଭାପତି, ହରିଜନ ଆଦିବାସୀ ସେବା ସଂଘ (ନୁହାସ) ଉପସ୍ଥିତ ରହି ଆଜିର ଦିବସକୁ ଆନନ୍ଦର ସହ ପାଳନ କରି ସମସ୍ତଙ୍କ ମଧ୍ୟରେ ଆନନ୍ଦ ଭରି ଦେଇଥିଲେ । ବରିଷ୍ଠ ନାଗରିକ ହେଉଛନ୍ତି ଆମଦେଶର ମୂଲ୍ୟବାନ ସଂପତ୍ତି, ସେମାନେ ନରହିଲେ ଆମେ ଅତୀତ ଘଟଣାବଳୀ ଜାଣିପାରିବା ନାହିଁ । ତେଣୁ ବରିଷ୍ଠ ନାଗରିକ ମାନଙ୍କୁ ସମ୍ମାନ ଦେବା ସହ ସେମାନଙ୍କୁ ଶ୍ରଦ୍ଧା କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.