Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ

29

ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ଆଇନ୍‌ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ବନମହୋତ୍ସବ ଜୁଲାଇ ୧ରୁ ୭ ତାରିଖ ପର୍ଯ୍ୟନ୍ତ ସାତଦିନ ବ୍ୟାପି ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ କରାଯାଇଅଛି । ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ଅଧ୍ୟକ୍ଷ ଜିଲ୍ଲା ଜଜ୍‌, ଭଦ୍ରକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଉପସ୍ଥିତିରେ ମନମହୋତ୍ସବ ଦିବସ ପାଳିତ ହୋଇଯାଇଛି । ବନମହୋତ୍ସବର ପ୍ରଥମ ଦିନରେ ଜିଲ୍ଲା ଜଜ୍‌କୋର୍ଟ, ନଳାଙ୍ଗ, ଭଦ୍ରକ ପରିସରରେ ବୃକ୍ଷରୋପଣ କରାଯାଇ ତାଲିକା ଭୁକ୍ତ (ପ୍ୟାନେଲ) ଓକିଲ, ପାରାଲିଗାଲ ସ୍ୱେଚ୍ଛାସେବୀ ତଥା ଉପସ୍ଥିତ ବନସାଧାରଣଙ୍କୁ ବନମହୋତ୍ସବ ସମ୍ବନ୍ଧରେ ସଚେତନ କରିବା ସହ ବୃକ୍ଷ ମଧ୍ୟ ବଣ୍ଟନ କରାଯାଇଥିଲା । ଏହି ବନମହୋତ୍ସବ କାର୍ଯ୍ୟକ୍ରମକୁ ସାତଦିନ ପର୍ଯ୍ୟନ୍ତ ଜିଲ୍ଲାର ସବୁଆଡ଼େ ବୃକ୍ଷରୋପଣର ବାର୍ତ୍ତା ଦେବା ସହ ସମସ୍ତଙ୍କ ମଧ୍ୟରେ ବୃକ୍ଷର ମାହାତ୍ମ୍ୟ ସଚେତନତା ସୃଷ୍ଟି କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ନେହା ଅଗ୍ରୱାଲ ପରିଚାଳନା କରିଥିଲେ ।

ସେହିପରି ବନମହୋତ୍ସବରେ ବିଦ୍ୟାଳୟ ଆଇନ୍ ସାକ୍ଷରତା କ୍ଲବ ଏବଂ ଭଦ୍ରକ ଜିଲ୍ଲାରେ ପରିଚାଳିତ ହେଉଥିବା ସମସ୍ତ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିକ୍ଷକମାନଙ୍କ ସହଯୋଗ ନେଇ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ଆହ୍ୱାନ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ସମସ୍ତ ବିଚାରପତି ବୃନ୍ଦ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାପୀଠ ଚିଙ୍ଗୁଡ଼ିପୁର ବିଦ୍ୟାଳୟରେ ବୃକ୍ଷରୋପଣ କରି ଛାତ୍ରଛାତ୍ରୀମାନଙ୍କୁ ଗଛ ଲଗାଇବା ପାଇଁ ଉତ୍ସାହିତ କରାଇଥିଲେ । ସେହିପରି ବନମହୋତ୍ସବର ଶେଷ ଦିନରେ ଜିଲ୍ଲା ଜଜ୍‌କେର୍ଟ, ନଳାଙ୍ଗ, ଭଦ୍ରକ ପରିସରରେ ଏକ ଶୋଭାଯାତ୍ରା କରାଯାଇ ବିଷ୍ଣୁପୁର ପଞ୍ଚାୟତ ଅଧୀନ ବଡ଼ରାମପୁର ଗ୍ରାମରେ ବହୁଳ ପରିମାଣରେ ବୃକ୍ଷରୋପଣ କରାଯାଇ ଗ୍ରାମବାସୀମାନଙ୍କୁ ମଧ୍ୟ ବୃକ୍ଷବଣ୍ଟନ କରାଯିବା ସହ ସେମାନଙ୍କୁ ସଚେତନ କରାଯାଇଥିଲା । ଭବିଷ୍ୟତରେ ବହୁଳ ପରିମାଣରେ ଗଛ ଲଗାଯାଇ ଆମ ପରିବେଶ ତଥା ଆମ ପୃଥିବୀକୁ ବଞ୍ଚାଇ ବିଶ୍ୱ ସନ୍ତୁଳନ ରକ୍ଷା କରିବା ସହ ପରିବେଶକୁ ପ୍ରଦୁଷଣରୁ ବଞ୍ଚାଇବା ଏହି ବନମହୋତ୍ସବର ମୂଳ ଲକ୍ଷ୍ୟ । ଏହି ବନମହୋତ୍ସବର ସମସ୍ତ କାର୍ଯ୍ୟକ୍ରମରେ ସମସ୍ତ ବିଚାରପତି ବୃନ୍ଦ, ତାଲିକା ଭୁକ୍ତ ଅଧିବକ୍ତା, ପାରାଲିଗାଲ ସ୍ୱେଚ୍ଛାସେବୀ, ବିଦ୍ୟାଳୟ, ଆଇନ୍ ସାକ୍ଷରତା କ୍ଲବ ଏବଂ ଭଦ୍ରକ ଜିଲ୍ଲାରେ ପରିଚାଳିତ ହେଉଥିବା ସମସ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିକ୍ଷକବୃନ୍ଦ, ଭଦ୍ରକ ଓକିଲ ସଂଘର ସଭାପତି ଶ୍ରୀ ନିରାକାର ଜେନା, ଓକିଲ ସଂଘ ସଂପାଦକ ଶ୍ରୀ ଦିବ୍ୟସିଂହ ନାୟକ, ଜିଲ୍ଲା ବନ୍ୟ ଅଧିକାରୀ ଶ୍ରୀ ଅଧିର କୁମାର ବେହେରା ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସମସ୍ତ କର୍ମଚାରୀମାନେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.