କୋରାପୁଟ ୧୪-୦୨(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ବୈଠକ ସ୍ଥାନୀୟ ଚନ୍ଦନ ପୋଖରୀ ନିକଟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ରଘୁନାଥ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋଟିଆରେ ଆନ୍ଧ୍ରର ଅନୁପ୍ରବେଶକୁ ନିନ୍ଦା କରା ଯିବା ସହ ରାଜ୍ୟ ସରକାର କଠୋର ପଦକ୍ଷେପ ନେବାକୁ ଦାବି ହୋଇଥିଲା । ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଚିକିତ୍ସା ଭତା ଓ ଚିକିତ୍ସା ସୁବିଧା ,୭ମ ବେତନ କମିଶନ ସୁପାରିଶ କ୍ରମେ ପେନସନ ଲାଗୁ କରିବା,ବସ ଯାତ୍ରାରେ ୫୦ ପ୍ରତିଶତ ରିହାତି,ଫୁଲପେନସନ ନିମନ୍ତେ ୨୫ ପରିବର୍ତେ ୨୦ ବର୍ଷ ଲାଗୁ କରିବା,ସମସ୍ତ ପେନସଧାରୀଙ୍କୁ ମାଗଣାରେ କୋଭିଡ ଟୀକା ଦେବା ଓ ରାଜ୍ୟ ସ୍ତର ଅଫିସ ନିମନ୍ତେ ଭୂବନେଶ୍ୱରରେ ସରକାରୀ ଘର ଯୋଗାଇ ଦେବାକୁ ସଂଘ ଦାବି କରିଛି । ସଂଘର ଉପଦେଷ୍ଟା ଡି . ଶଙ୍କର ରାଓଙ୍କ ସମେତ ନିର୍ମଳ ଦାସ,ଉପ-ସଭାପତି ନିରଂଜନ ପାଢୀ , ଉପଦେଷ୍ଟା ଉମାକାନ୍ତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।