Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳିତ

ଜିଲ୍ଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳିତ

8

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ଜିଲ୍ଲା କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ସହଯୋଗରେ ସଂସ୍କୃତି ଭବନରେ ପାଳିତ ହୋଇ ଯାଇଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜଗନ୍ନାଥ ନନ୍ଦ ଉକ୍ତ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାଶ ଯୋଗ ଦେଇ ମାଟିକୁ ଜୀବନ୍ତ ରଖିବା ସହିତ ଜୈବ ବିବିଧତା ଉପରେ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡ.ଅରବିନ୍ଦ ଦାଶ, ବୈଜ୍ଞାନିକ ଦେବୀ ପ୍ରସାଦ ଦାସ, ଚିନ୍ମୟ ଦାସ ବ୍ଲକ କୃଷି ଅଧିକାରୀ ଶ୍ରୀଧର ଦାସ, ଇଫ୍‌କୋର ଏରିଆ ମ୍ୟାନେଜର ସୁଦର୍ଶନ ପଣ୍ଡା, ଯୋଗ ଦେଇ ବକ୍ତବ୍ୟ ରଖିବା ସହ ମୃତ୍ତିକାର ସଂରକ୍ଷଣ ଜୀବନ ରକ୍ଷା ସହ ସମାନ । ଅତ୍ୟଧିକ ସାର ବ୍ୟବହାର ମାଟିର ନିଜସ୍ୱ ଉତ୍ପାଦକ କ୍ଷମତାକୁ ହ୍ରାସ କରୁଛି । ଜୈବିକ ଖତର ବ୍ୟବହାର ମୃତ୍ତିକାର ସୁରକ୍ଷା କରିଥାଏ ବୋଲି ମତପୋଷେଣ କରିଥିଲେ । ଏହି ଅବସରରେ ଭଦ୍ରକ ବ୍ଲକର ୨୦ଜଣ କୃଷକଙ୍କୁ ଅତିଥିମାନେ ପ୍ରମାଣପତ୍ର ଦେଇ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସହକାରୀ କୃଷି ଅଧିକାରୀ ମୀରା ପରିଛା ସଂଯୋଜନା କରିଥିବା ବେଳେ ଶ୍ରୀଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.