Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ପରାମର୍ଶଦାତା ତାଲିମ ଶିବିର ଉଦ୍‌ଘାଟିତ

ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ପରାମର୍ଶଦାତା ତାଲିମ ଶିବିର ଉଦ୍‌ଘାଟିତ

45

ଭଦ୍ରକ, ୮ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ଓ ଜିଲ୍ଲା ଜୁନିୟର ରେଡକ୍ରସ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ଜୁନିୟର ରେଡ଼କ୍ରସ ପରାମର୍ଶଦାତା ତାଲିମ ଶିବିର ଜିଲ୍ଲା ସ୍କୁଲ ଭଦ୍ରକ ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ଜିଲ୍ଲାସ୍କୁଲର ପ୍ରଧାନଶିକ୍ଷକ ଚକ୍ରଧର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡକ୍ଟର ମାୟାଧର ସାହୁ ମୁଖ୍ୟ ଅତିଥି, ରାଜ୍ୟ ସାଧନ କର୍ମୀ ବାମନ ଚନ୍ଦ୍ର ମହାନ୍ତି ମୁଖ୍ୟ ବକ୍ତା, କ୍ଷେତ୍ରବାସୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭୀମ ଚରଣ ପରିଡା, ଚଣ୍ଡିଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମେଶ ଚନ୍ଦ୍ର ମାଝୀ ଓ ଓଷ୍ଟାର ଜିଲ୍ଲା ସମ୍ପାଦକ ପ୍ରଦୀପ୍ତ କୁମାର ଦାସ ସମ୍ମାନନୀୟ ଅତିଥି ଭାବରେ ଯୋଗଦାନ କରି ରେଡକ୍ରସର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ସ୍କୁଲ ସ୍ତରରେ ଜୁନିୟର ରେଡକ୍ରସର ଭୂମିକା ଓ ଆବଶ୍ୟକତା ପ୍ରସଙ୍ଗରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜୁନିୟର ରେଡକ୍ରସ ଜିଲ୍ଲା ଯୁଗ୍ମ ସମ୍ପାଦକ ହେମନ୍ତ କୁମାର ସୂତାର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ, ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ନରେନ୍ଦ୍ର ପ୍ରସାଦ ସାହୁ ବାର୍ଷିକ ବିବରଣୀ ପାଠ ଓ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ତିନି ଦିନ ବ୍ୟାପି କାର୍ଯ୍ୟକ୍ରମରେ ରେଡକ୍ରସର ଇତିହାସ, ଲକ୍ଷ୍ୟ, କାର୍ଯ୍ୟ, ଗଠନ, ପ୍ରାଥମିକ ଉପଚାର, ସଡକ ସୁରକ୍ଷା, ରକ୍ତଦାନ, କୋଭିଡ-୧୯ ସଚେତନତା, ଶିଶୁ ଓ ବାଳିକା ସୁରକ୍ଷା ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ତିରିଶ ଜଣ ଅଣତାଲିମପ୍ରାପ୍ତ କାଉନସିଲର ଅଂଶଗ୍ରହଣ କରିଛନ୍ତି। ଶିକ୍ଷୟିତ୍ରୀ ସୁବାସିନୀ ମିଶ୍ର ପଞ୍ଜିକରଣ କରିଥିବାବେଳେ ଜିଲ୍ଲା ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ରେଡକ୍ରସ ସାଧନ କର୍ମୀ ଶାନ୍ତିଲତା ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.