Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ କର୍ମଶାଳା ଓ ସଚେତନତା ଶିବିର

ଜିଲ୍ଲାସ୍ତରୀୟ କର୍ମଶାଳା ଓ ସଚେତନତା ଶିବିର

10

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଦିନିକିଆ ଜିଲ୍ଲାସ୍ତରୀୟ କର୍ମଶାଳା ଓ ସଚେତନତା ଶିବିର ଜିଲ୍ଲା ଶିଳ୍ପ କେନ୍ଦ୍ର ଭଦ୍ରକ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ପ୍ରଧାନମନ୍ତ୍ରୀ ଅଣୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ସଂଗଠିକରଣ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା । କର୍ମଶାଳାରେ ଭଦ୍ରକ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଧ୍ୟକ୍ଷତା କରିଥିଲେ । ଉକ୍ତ କର୍ମଶାଳାରେ ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ସହରାଞ୍ଚଳର ଉନ୍ନୟନ ସଂସ୍ଥା, ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ, ସାଧାରଣ ପରିଚାଳକ ଜିଲ୍ଲା ଶିଳ୍ପ କେନ୍ଦ୍ର ଓ ଶିଳ୍ପ ନିର୍ଦ୍ଦେଶାଳୟରୁ ଆସିଥିବା ଏସ୍‌.ପି.ଏମ୍‌.ୟୁ. ର ଦିନେଶ୍ କୁମାର ଗୁପ୍ତା ଓ ପ୍ରକାଶ ଚନ୍ଦ୍ର ଶୁକ୍ଳା ଜିଲ୍ଲାର କୃଷି, ପଶୁପାଳନ, ମତ୍ସ୍ୟ ବିଭାଗର ଅଧିକାରୀଗଣ, ବ୍ୟାଙ୍କ ଅଧିକାରୀଗଣ, ସାମ୍ବାଦିକ ବନ୍ଧୁ ତଥା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ହିତାଧିକାରୀ, ଡି.ଆର.ପି.ମାନେ ଯୋଗଦାନ କରିଥିଲେ । ପ୍ରଥମେ ଜିଲ୍ଲା ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ତତ୍‌ପରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଅଧ୍ୟକ୍ଷ ସେମାନଙ୍କର ଅଭିଭାଷଣ ରଖିଥିଲେ । ଏସ୍‌.ପି.ଏମ୍‌.ୟୁ.ରୁ ଆସିଥିବା ଶ୍ରୀ ଗୁପ୍ତା ଓ ଶ୍ରୀ ଶୁକ୍ଳା ପି.ପି.ଟି ମାଧ୍ୟମରେ ଏହି ଯୋଜନାକୁ ବିସ୍ତୃତଭାବେ ଆଲୋଚନା କରିଥିଲେ । ଉକ୍ତ କର୍ମଶାଳାରେ ବିଭିନ୍ନ ବ୍ଲକ ଓ ସହରାଞ୍ଚଳରୁ ୧୨୩ ଜଣ ହିତାଧିକାରୀ ଯୋଗଦାନ କରିଥିଲେ । ଉକ୍ତ କର୍ମଶାଳା ଜିଲ୍ଲା ଶିଳ୍ପ କେନ୍ଦ୍ରର ଶିଳ୍ପ ବିଭାଗ ଅଧିକାରୀ ଶଶିଶେଖର ବେହେରା ସଭା ପରିଚାଳନା କରିଥିଲେ । ଓ ଶେଷରେ ଶିଳ୍ପ ବିଭାଗ ଅଧିକାରୀ ବିଶ୍ୱଜିତ୍ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.