Home ଜିଲ୍ଲା ପରିକ୍ରମା ଜିଲ୍ଲାରେ ଆଉ ୨ ଆକ୍ରାନ୍ତ ଚିହ୍ନଟ : କୋବିଡ଼ ଆଇନ ଉଲଂଘନ କରି ଜୋରିମାନା ଦେଲେ...

ଜିଲ୍ଲାରେ ଆଉ ୨ ଆକ୍ରାନ୍ତ ଚିହ୍ନଟ : କୋବିଡ଼ ଆଇନ ଉଲଂଘନ କରି ଜୋରିମାନା ଦେଲେ ବ୍ୟବସାୟୀ

182

ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଳାରେ ଆଜି ଆଉ ୨ କରୋନା ପଜିଟିଭ ବାହାରିଛନ୍ତି । ଆଜି ଏହି ଆକ୍ରାନ୍ତଙ୍କ ଚିହ୍ନଟ ପରେ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୭ ହୋଇଛି । ସୁସ୍ଥଙ୍କ ସଂଖ୍ୟା ୨୪୩ । ଆକ୍ଟିଭ କେଶ ୩୩ ରହିଛି । ଆକ୍ରାନ୍ତ ଚିହ୍ନଟ ପରେ ସଂପୃକ୍ତ ଅଞ୍ଚଳ ବାସୁଦେବପୁର ବ୍ଲକ ଅନ୍ତର୍ଗତ ନାଇକାଣିଡିହି ପଞ୍ଚାୟତର ମଲ୍ଲିକାଦେଇପୁର ଗ୍ରାମକୁ କଣ୍ଟେନମେଣ୍ଟଜୋନ ଏବଂ ପଞ୍ଚାୟତକୁ ବଫରଜୋନ କଟକଣା ଘୋଷଣା କରାଯାଇଛି । ସେହିଭଳି ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇ ଆଜି ନିଜେ ସହରର ବିଭିନ୍ନ ଦୋକାନ ଉପରେ ଚଢଉ କରିଛନ୍ତି । ଜିଲ୍ଲାପାଳ ଡ. ଜ୍ଞାନ ଦାସ, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଏସ୍‌ଡିପିଓ ସୁନିଲ ନନ୍ଦ, ଭଦ୍ରକ ତହସିଲଦାର ଜ୍ୟୋତିବିକାଶ ଦାଶ, ଟାଉନ ଥାନା ପୁଲିସ ଚଢଉରେ ସାମିଲ ଥିଲେ । ବିଭିନ୍ନ ଦୋକାନ ଚଢଉ ପରେ କୋବିଡ଼ ଆଇନ ଉଲଂଘନ କରିଥିବା ହୋଟେଲ ଆରୋମା, ହୋଟେଲ ଶ୍ରୀମା, କିଡ୍‌ସ ୱାର୍ଲଡ୍ ମୋବାଇଲ ଦୋକାନ, କଳ୍ପନା ଜୁଏଲାରୀ, ହରେକୃଷ୍ଣ ମିଷ୍ଟାନ୍ନ ଭଣ୍ଡାର ଆଦି ଦୋକାନୀଙ୍କ ଠାରୁ ୩୫ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.