Home ଜିଲ୍ଲା ପରିକ୍ରମା ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମେତ ୫୩୬ଜଣ ସରକାରୀ କର୍ମଚାରୀ ନେଲେ କୋଭିଡ଼୍ ଟୀକା

ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମେତ ୫୩୬ଜଣ ସରକାରୀ କର୍ମଚାରୀ ନେଲେ କୋଭିଡ଼୍ ଟୀକା

28

ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି କୋଭିଡ଼୍ ଟୀକାକରଣ କାର୍ଯ୍ୟରେ ଭଦ୍ରକ ଜିଲ୍ଲାର ସରକାରୀ ଅଧିକାରୀ ଏବଂ କର୍ମଚାରୀ ଟୀକା ଗ୍ରହଣ କରିଛନ୍ତି । ଜିଲ୍ଲାପାଳ ଡ. ଜ୍ଞାନ ଦାସ, ଏସ୍‌ପି ଚରଣ ସିଂ ମୀନାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ, କର୍ମଚାରୀ ସହରର ୩ଟି ସ୍ଥାନରେ ହୋଇଥିବା ଟୀକାକରଣ କେନ୍ଦ୍ରରେ ଟୀକା ନେଇଛନ୍ତି । ପ୍ରଥମେ ଜିଲ୍ଲାପାଳ ଡ. ଦାସ ସଂସ୍କୃତି ଭବନରେ ଅନୁଷ୍ଠିତ ଟୀକାକରଣ କେନ୍ଦ୍ରରେ ଟୀକା ନେଇଥିଲେ । ପରେ ଏସ୍‌ପି ଶ୍ରୀଯୁକ୍ତ ମୀନା, ଅତିରିକ୍ତ ଜିଲ୍ଲାପାଳ ଦୁଇଜଣ ଅରୁଣ କୁମାର ମହାପାତ୍ର ଏବଂ ଇନ୍ଦ୍ରମଣି ନାୟକ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ଉପଜିଲ୍ଲାପାଳ ପୀତାମ୍ବର ସାମଲଙ୍କ ସମେତ ଅଧିକାରୀ ଓ କର୍ମଚାରୀ ଟୀକା ଗ୍ରହଣ କରିଥିଲେ । ସଂସ୍କୃତି ଭବନରେ ମୋଟ ୨୭୭ଜଣ ଟୀକା ନେଇଥିବା ବେଳେ ଅନ୍ୟ କେନ୍ଦ୍ର ଦିବାରାତ୍ର ଆଶ୍ରୟ କେନ୍ଦ୍ରରେ ୧୧୧ଜଣ ଏବଂ ବ୍ଳକ କଲୋନୀ ସ୍ଥିତ କମ୍ୟୁନିଟି ହଲ୍‌ରେ ୧୪୮ଜଣ ଟୀକା ନେଇଛନ୍ତି । ସମସ୍ତଙ୍କୁ ମିଶାଇ ମୋଟ ୫୩୬ଜଣ ଆଜି ଟୀକା ନେଇଥିବା ବେଳେ ଆଗାମୀ ଦିନରେ ବାକି ରହିଥିବା ଅଧିକାରୀ ଏବଂ କର୍ମଚାରୀ ମଧ୍ୟ ଟୀକା ନେବେ ବୋଲି ଜଣା ପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.