Home ଜିଲ୍ଲା ପରିକ୍ରମା ଜିଲ୍ଲାପାଳଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ତଦାରଖ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜବର ଦଖଲ ମୁକ୍ତ କରାଯାଉ

ଜିଲ୍ଲାପାଳଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ତଦାରଖ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜବର ଦଖଲ ମୁକ୍ତ କରାଯାଉ

39

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର ଏହି ବ୍ଲକ ଆଗରପଡ଼ା ଅଞ୍ଚଳରେ ସରକାରଙ୍କ ଅନୁମୋଦନ କ୍ରମେ ହୋଇଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ତଦାରଖ କରିଛନ୍ତି । ପ୍ରଥମେ ଜିଲ୍ଲାପାଳ ଆଗରପଡ଼ା ମହିଳା ମାଧ୍ୟମିକ ବିଦ୍ୟାଳୟ ଯାଇ ୫-ଟିର ୨୫ଲକ୍ଷ ଟଙ୍କା ଖର୍ଚ୍ଚରେ ରୂପାନ୍ତରିତ କାର୍ଯ୍ୟର ତଦାରଖ କରିଥିଲେ । ପରେ ୧କୋଟି ୨୫ଲକ୍ଷ ଟଙ୍କା ବ୍ୟୟରେ ୫-ଟି ସାମିଲ ହୋଇଥିବା ଆଗପଡ଼ା ମହାବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଶେଷରେ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମି ବିକାଶ ନିମନ୍ତେ ଅନୁମୋଦିତ ୯କୋଟି ୯୦ଲକ୍ଷ ଟଙ୍କା କାର୍ଯ୍ୟର ଅଗ୍ରଗତି ବାବଦରେ ପଚାରି ବୁଝିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା,ଜିଲ୍ଲା ପ୍ରକଳ୍ପ ନିଦ୍ଦେର୍ଶକ ସରୋଜ ଦତ୍ତ,ବନ୍ତ ବିଡିଓ ପ୍ରଦୀପ କୁମାର ସେଠୀ,ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ,ସରକାରୀ ଯନ୍ତ୍ରୀ ଶ୍ରଦ୍ଧାସୁମନ ନାଥ,ଯୁବନତେ ସତ୍ୟସାଧନ ବେଜ,ଧରଣି ପୃଷ୍ଟି ପ୍ରମୁଖଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଇତି ମଧ୍ୟରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ପୂରୁଣା କୋଠା ଗୁଡ଼ିକୁ ଭଙ୍ଗା ଯାଇ ମାପ ଚୁପ ଆରମ୍ଭ ହୋଇଥିବା ବେଳେ ପୂର୍ବରୁ ଥିବା ଏକ କର୍ମଚାରୀ ଗୃହ ଖତିୟାନ ନଂ-୮୮/୧୭୫ ଏବଂ ପ୍ଲଟ ନଂ-୧୪/୧୫ ବସନ୍ତ କୁମାର ମାହାରଙ୍କ ବ୍ୟକ୍ତିଗତ ଜାଗାରେ ହୋଇଥିବାରୁ ତାଙ୍କୁ ସରକାରୀ ଧାର୍ଯ୍ୟମୂଲ୍ୟ ଅନୁଯାଇ ଅର୍ଥ ପ୍ରଦାନ ସହ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଜବର ଦଖଲ ମୁକ୍ତ ପାଇଁ ଅଞ୍ଚଳବାସୀ ଦୃଢଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.