Home ଜିଲ୍ଲା ପରିକ୍ରମା ଜିଲ୍ଲାପାଳଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ କୈବର୍ତ ମହାସଭାର ପ୍ରତିନିଧି

ଜିଲ୍ଲାପାଳଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ କୈବର୍ତ ମହାସଭାର ପ୍ରତିନିଧି

21

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ନୂତନ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ ଓ ଯାଜପୁର ଜିଲ୍ଲାର କୈବର୍ତ ମହାସଭାର ପ୍ରତିନିଧି ମାନେ ଏକ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ଭଦ୍ରକ ଜିଲ୍ଲା କୈବର୍ତ ସଭାର ସମ୍ପାଦକ ତଥା ହରିଜନ କନଫେଡେରେସନ ସଭାପତି ରମେଶ ଚନ୍ଦ୍ର ପରିଡା, ଊପସଭାପତି ଦୁର୍ଯ୍ୟୋଧନ ତରାଇ, ସଂଗଠନ ସମ୍ପାଦକ ତଥା ପ୍ରଖ୍ୟାତ ଲୋକକଳା( ଘୋଡାନାଚ) ଗାୟକ ଉମାକାନ୍ତ ମାଝୀ, ସଭ୍ୟ ସୁବାଷ ମାଝୀ, ଶରତ ମାଝୀ, ଯାଜପୁର ଜିଲ୍ଲା କୈବର୍ତ ସଭ।।ର ସଭାପତି ଜଗନ୍ନାଥ ମାଝୀ, ହରିଜନ ଆଦାବାସୀ କନ ଫେଡେରେସନର ସଭାପତି ତଥା ଆଇନଜୀବୀ ରାଜକିଶୋର ବେହେରା ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଭଦ୍ରକ ଜିଲ୍ଲାରେ ବସବାସ କରୁଥିବା ମତ୍ସ୍ୟଜୀବୀ ମାନଙ୍କର ମୌଳିକ ସମସ୍ୟା ସର୍ମ୍ପକରେ ଆଲୋଚନା କରିଥିଲେ । ଏହି ଅବସରରେ ମହାସଭା ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲାପାଳ ଶ୍ରୀ ମାଝୀଙ୍କୁ ସ୍ୱାଗତ କରାଯିବା ସହ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.