Home କେନ୍ଦୁଝର ଜିଲ୍ଲାପରିଷଦ ସଦସ୍ୟା ଟିକିକିସ୍କୁଙ୍କ ଦ୍ୱାରା ମାସ୍କ ପ୍ରସ୍ତୁତ ଓ ବଣ୍ଟନ

ଜିଲ୍ଲାପରିଷଦ ସଦସ୍ୟା ଟିକିକିସ୍କୁଙ୍କ ଦ୍ୱାରା ମାସ୍କ ପ୍ରସ୍ତୁତ ଓ ବଣ୍ଟନ

520

ହାଟଡ଼ିହି-୮/୪, କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଦିଗରେ ମାସ୍କର ଭୁମିକା ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବୋଲି ସରକାର ଘୋଷଣା କରିଛନ୍ତି । ଏପରିକି ଚଳିତମାସ ୯ତାରିଖ ଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୁଳକ ବୋଲି ସରକାର ଘୋଷଣା କରିବା ସହିତ ମାସ୍କ , ରୁମାଲ କିମ୍ବା କପଡା ଦ୍ୱାରା ମୁହଁ ନଘୋଡାଇଲେ ଜୋରିମାନା ଆଦାୟ ହେବ ବୋଲି ଚେତାବନୀ ଦେଇଛନ୍ତି । କିନ୍ତୁ ବଜାରରେ ସେହି ପରିମାଣର ମାସ୍କ ମିଳୁ ନଥିବା କାରଣରୁ ଲୋକମାନେ ମାସ୍କ ପାଇପାରୁ ନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ୩୪ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟା ଟିକି କିସ୍କୁ ଅନ୍ୟ କିଛି ମହିଳାଙ୍କୁ ସାଥି କରି ନିଜେ ମାସ୍କ ତିଆରିକରି ହଦଗଡ ଅଞ୍ଚଳର ଲୋକମାନଙ୍କୁ ମାଗଣାରେ ବାଣ୍ଟୁଛନ୍ତି । ଯାହାକି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.