ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ସଭାପତିତ୍ୱ କରିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସନ୍ତୋଷ କୁମାର ପାତ୍ର, ଜିଲ୍ଲାରେ ପୁଅଙ୍କ ତୁଳନାରେ କନ୍ୟା ସନ୍ତାନ ଜନ୍ମ ହାର କମୁଛି । ଏହା ସମାନ ରହିବା ଏକାନ୍ତ ଜରୁରୀ । ଏହି ପରିପ୍ରେକ୍ଷୀରେ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ କୁଇଜ୍ ଏବଂ ବକ୍ତୃତା ପ୍ରତିଯୋଗିତା ଜାନକୀ ଦେବୀ ନର୍ସିଂ କଲେଜ ଏବଂ ଶୁଭମ୍ ନର୍ସିଂ କଲେଜ ମଧ୍ୟରେ ହୋଇଥିଲା । ସଂଗୀତ ପ୍ରତିଯୋଗିତା ପରେ ବିଜେତାମାନଙ୍କୁ ପୁରସ୍କାର ଦିଆଯାଇଥିଲା । ଶେଷରେ ଏକ ବିଶାଳ ରାଲିରେ ଡ଼ାକ୍ତର ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଡ଼ାକ୍ତର ଭାରତୀ ରାଉତ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାକ୍ତର ଜୟନ୍ତ କୁମାର ପଣ୍ଡା, ଜିଲ୍ଲା କୁଷ୍ଠରୋଗ ଚିକିତ୍ସା ଅଧିକାରୀ, ଡାକ୍ତର କନକଲତା ସାହୁ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ପରିବାର କଲ୍ୟାଣ ବିଭାଗ, ସରିତା ମହାପାତ୍ର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକା, ସୁଶାନ୍ତ କୁମାର ରାଉତ ସଂଯୋଜକ ଯୋଗଦେଇ ଥିଲେ । ଅନିତାରାଣୀ ରାଉତ, ଜିଲ୍ଲା ସ୍ୱାସ୍ଥ୍ୟ ଏବଂ ଯୋଗାଯୋଗ ଅଧିକାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।