Home ଜିଲ୍ଲା ପରିକ୍ରମା ଜିଲା ବିଜେପି ପକ୍ଷରୁ କ୍ଷୟକ୍ଷତିର ଆକଳନ ପାଇଁ ଜିଲାପାଳଙ୍କୁ ଦାବିପତ୍ର

ଜିଲା ବିଜେପି ପକ୍ଷରୁ କ୍ଷୟକ୍ଷତିର ଆକଳନ ପାଇଁ ଜିଲାପାଳଙ୍କୁ ଦାବିପତ୍ର

28

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭାରତୀୟ ଜନତା ପାର୍ଟି ଜିଲା ସଭାପତି ହେମନ୍ତ ପାଢୀଙ୍କ ମାର୍ଗଦର୍ଶନରେ ଭଦ୍ରକ ଜିଲା ବିଧାନସଭା ସ୍ତରରେ ହୋଇଥିବା ମହାବାତ୍ୟା ୟାସ୍ ଜନିତ କ୍ଷୟକ୍ଷତିର ଆକଳନ ପାଇଁ ଏକ ଦାବିପତ୍ର ଜିଲାପାଳଙ୍କୁ ଅତିରିକ୍ତ ଜିଲାପାଳ ଡ. ଜ୍ଞାନ ଦାସଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ଅରୁଣ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି । ଭାଜ୍‌ପା ଜିଲା ଉପସଭାପତି ଅଶୋକ ପରିଜା, ଜିଲା ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠା, ଦେବରକୁଣ୍ଡ ମଣ୍ଡଳ ସଭାପତି ପ୍ରଭାକର ସାମଲ, ଯୁବନେତା ବୃଷଭାନୁ ସାହୁ, ଭାଗୀରଥି ମହାକୁଡ, ବିଜୟ ନାୟକ ଓ ସଂଜୀବ ନାୟକ ପ୍ରମୁଖ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦେଇଥିବା ଦାବିପତ୍ରରୁ ଯାହା ଜଣାଯାଏ ଗତ ୟାସ୍ ଜନିତ ବାତ୍ୟା ଓ ବନ୍ୟାରେ ଧାମରା, ଚାନ୍ଦବାଲି, ତିହିଡି ଓ ବାସୁଦେବପୁର ଭଳି ଭଦ୍ରକ ବିଧାନସଭା ସ୍ତରରେ ମଧ୍ୟ ବହୁ କ୍ଷୟକ୍ଷତି ହୋଇଛି । ଏପରିକି ଏବେ ମଧ୍ୟ ବହୁ ଲୋକ ବେଘର ହୋଇ ଗଛମୂଳେ ମୁଣ୍ଡ ଗୁଂଜିଛନ୍ତି । ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପଲିଥିନ୍ ସେମାନଙ୍କ ରହିବା ପାଇଁ ସମୁଦ୍ରକୁ ଶଙ୍ଖେ ଜଳ ସଦୃଶ ହୋଇଛି । ଏଣୁ ପ୍ରକୃତ କ୍ଷୟକ୍ଷତିର ଆକଳନ କରି ବିପନ୍ନଙ୍କୁ ସହାୟତା ଯୋଗାଇ ଦେବାକୁ ଦଳ ଦାବି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.