Home ଜିଲ୍ଲା ପରିକ୍ରମା ଜିଲା ଜେଲ୍ ମାନ୍ୟତା ପରେ ପ୍ରଥମ ଅଧୀକ୍ଷକ ନିଯୁକ୍ତି

ଜିଲା ଜେଲ୍ ମାନ୍ୟତା ପରେ ପ୍ରଥମ ଅଧୀକ୍ଷକ ନିଯୁକ୍ତି

58

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୯୯୩ ମସିହାରୁ ଭଦ୍ରକ ଜିଲା ହେବା ପରେ ପୂର୍ବରୁ ଥିବା ଭଦ୍ରକ ସେବଜେଲ୍‌କୁ ଦୀର୍ଘ ୩୦ ବର୍ଷ ପରେ ଜେଲ୍ ମାନ୍ୟତା ପାଇଛି । ଏହାର ପ୍ରଥମ ଅଧୀକ୍ଷକ (ସୁପରିଟେଣ୍ଡେଣ୍ଟ) ଭାବରେ ଋଷିନାଥ ନାୟକଙ୍କୁ ନିଯୁକ୍ତି ମିଳିଛି । ରାଜ୍ୟ ସରକାର ଗତ ଜୁଲାଇ ମାସରେ ଭଦ୍ରକ ସବଜେଲ୍‌କୁ ଜିଲା ଜେଲ୍ ଭାବେ ଘୋଷଣା କରିବା ପରେ ସବ ଜେଲ୍‌ର ଜେଲର ଭାବେ ଶ୍ରୀ ନାୟକଙ୍କୁ ପଦୋନ୍ନତି ଦେଇ ଏହି ପଦବୀରେ ପ୍ରଥମ ସୁପରିଟେଣ୍ଡେଣ୍ଟ ଭାବେ ଅବସ୍ଥାପିତ କରାଯାଇଛି । ୨୦୦୨ ଜୁନ୍ ମାସ ୪ ତାରିଖରେ ଜେଲ୍ ବିଭାଗରେ ସହକାରୀ ଉପଜେଲର ଭାବେ କାମାକ୍ଷାନଗର ସବଜେଲର ଭାବେ ସେ ଯୋଗ ଦେଇଥିଲେ । ବିଭିନ୍ନ ଜେଲରେ ଦକ୍ଷତାର ସହ କାମକରି ୨୦୨୧ ମସିହା ମାର୍ଚ୍ଚ ମାସ ୧୯ ତାରିଖରେ ସେ ଭଦ୍ରକ ଉପକାରାଗାରର ଜେଲର ଭାବେ ଯୋଗଦେଇ ଦୁଇ ଦକ୍ଷତାର ସହ କାମ କରିଥିଲେ । ତାଙ୍କ ଉତ୍ସର୍ଗୀକୃତ ସେବା ପାଇଁ ଗତ ୨୦୨୨ ମସିହା ଡିସେମ୍ବର ମାସରେ ଜେଲ୍ ବିଭାଗ ନିର୍ଦ୍ଦେଶକ ମନୋଜ ଛାବ୍ରା ତାଙ୍କୁ ସର୍ବଶ୍ରେଷ୍ଠ ଜେଲର ପଦକ ବା ଡିଜି ଡିସ ସମ୍ମାନରେ ସମ୍ମାନିତ କରିଥିଲେ । ଭଦ୍ରକ ଜେଲରେ ଅନ୍ତେବାସୀମାନଙ୍କ ପାଇଁ ଉପଯୁକ୍ତ ରହଣି ବ୍ୟବସ୍ଥା ନଥିବାରୁ ଅର୍ଦ୍ଧାଧିକ ବିଚାରାଧୀନ ବନ୍ଦୀଙ୍କୁ ସୋର ଜେଲ୍ ସ୍ଥାନାନ୍ତର କରାଯାଉଛି । ନୂତନ ଜିଲା ଜେଲ୍ ସ୍ଥାପନା ପାଇଁ ଚତୁର୍ଦ୍ଦଶ ଅର୍ଥ କମିଶନ ଟଙ୍କା ମଂଜୁର କରିଥିଲେ ମଧ୍ୟ ଦୀର୍ଘ ୧୫ ବର୍ଷ ହେବ ଜେଲ୍ ନିର୍ମାଣ ହୋଇପାରୁନଥିବାରୁ ଏହା କିପରି ସ୍ଥାପନା କରାଯିବ ନୂଆ ସୁପରିଟେଣ୍ଡେଣ୍ଟଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.