Home ଜିଲ୍ଲା ପରିକ୍ରମା ଜିଲାସ୍ତରୀୟ କୃଷି ମହୋତ୍ସବ ୨୦୨୧ ଉଦ୍‌ଯାପିତ, ଜିଲା ଓ ରାଜ୍ୟସ୍ତରରେ ୧୦ ଜଣ ସମ୍ମାନିତ

ଜିଲାସ୍ତରୀୟ କୃଷି ମହୋତ୍ସବ ୨୦୨୧ ଉଦ୍‌ଯାପିତ, ଜିଲା ଓ ରାଜ୍ୟସ୍ତରରେ ୧୦ ଜଣ ସମ୍ମାନିତ

13

ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୃଷି ଓଡ଼ିଶା ୨୦୨୧ ସିଧା ପ୍ରସାରଣ ତଥା ଜିଲା କୃଷି ମହୋତ୍ସବର ଉଦ୍‌ଯାପନୀ ଦିବସରେ ଭଦ୍ରକ ଜିଲାପାଳ ଡ. ଜ୍ଞାନ ଦାସ ଯୋଗଦେଇ କୃଷି ବଂଚିଲେ ଦେଶ ବଂଚିବ ବୋଲି କହିବା ସହ ଏ ଦିଗରେ ବର୍ତ୍ତମାନର ବେକାର ଯୁବକଯୁବତୀମାନେ ଅନ୍ୟ ଦିଗ ପ୍ରତି ମନ ନବଳାଇ ବିଜ୍ଞାନ ଭିତ୍ତିରେ ଆଧୁନିକ କୃଷିକୁ ଆପଣାଇବା ଉଚିତ୍ ବୋଲି ଆହ୍ୱାନ ଦେଇଥିଲେ । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀଙ୍କ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ଯୋଜନାରେ କୃଷିକାର୍ଯ୍ୟକୁ ସହଜ ଓ ସରଳ କରିବା ପାଇଁ ନିଜସ୍ୱ ଜ୍ଞାନକୌଶଳ ବ୍ୟବହାର କରି କ୍ଷୁଦ୍ର କୃଷି ଉପକରଣ ନିର୍ମାଣ କରିଥିବା ବନ୍ତ ବ୍ଲକ୍‌ର ୩ ଜଣ କୃଷକ ଲକ୍ଷ୍ମୀନାରାୟଣ ପଣ୍ଡା, ଦେବବ୍ରତ ରାଉତ ଓ ଦୁଃଶାସନ ମହାନ୍ତିଙ୍କୁ ସମ୍ମାନିତ କରିଥିଲେ । ଏତଦ୍‌ବ୍ୟତୀତ ଭଦ୍ରକ ବ୍ଲକ୍‌ର କୃଷକ ଅବନୀ କୁମାର ଖୁଣ୍ଟିଆଙ୍କୁ ନିଜସ୍ୱ ନୂତନ ଜ୍ଞାନ ଉପଯୋଗ କରି କୃଷି ଉପକରଣ ନିର୍ମାଣ କରିବାକୁ ପ୍ରୋତ୍ସାହନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହକାରୀ ନିର୍ବାହୀ ଯନ୍ତ୍ରୀ (କୃଷି) ମୁଖ୍ୟ ଜିଲା କୃଷି ଅଧିକାରୀ ଜଗନ୍ନାଥ ନନ୍ଦ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀଙ୍କ ସମେତ ଶତାଧିକ ଚାଷୀ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ କୃଷି ଅଧିକାରୀ ଶ୍ରୀଧର ଦାସ ପରିଚାଳନା କରିଥିଲେ । ଏଠାରେ ସୂଚନାଯୋଗ୍ୟ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ କୃଷି ମହୋତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ କୃଷିରେ ଭଣ୍ଡାରିପୋଖରୀର ଶାସନ ଗ୍ରାମର ଡମ୍ବରୁଧର ବେହେରା, ଉଦ୍ୟାନରେ ତିହିଡି ଝିଙ୍କିରିଆର ମନୋରଂଜନ ବେହେରା, ମତ୍ସ୍ୟରେ ବାସୁଦେବପୁର ବରଣ୍ଡୁଆର ନାରାୟଣ ଚନ୍ଦ୍ର ପଣ୍ଡା ଓ ପଶୁପାଳନରେ ତିହିଡି କୋହ୍ଲର ସତ୍ୟଜିତ୍ ବଳ ଏବଂ ଶ୍ରେଷ୍ଠ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଭାବେ ବନ୍ତ ବଡବର୍ଚ୍ଚିକୟାଁ ରାନ୍ଦିଆହାଟର ପୁରୁଷୋତ୍ତମ ଏସଏଚ୍‌ଜିର ସଭାପତି ବାସନ୍ତୀ ନାୟକ ଓ ସଂପାଦିକା ଡଲି ସିଂ ପୁରସ୍କୃତ ହୋଇଥିବା ବିଷୟ ଜିଲା କୃଷି ଅଧିକାରୀ ଶ୍ରୀ ନନ୍ଦ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.