Home ଜିଲ୍ଲା ପରିକ୍ରମା ଜାଲ ପ୍ରମାଣ ପତ୍ରରେ ଚାକିରୀ : ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ

ଜାଲ ପ୍ରମାଣ ପତ୍ରରେ ଚାକିରୀ : ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ

153

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ପୁରୁଷଣ୍ଢ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭାରାପ୍ରାପ୍ତ ପ୍ରଧାନଶିକ୍ଷକ ବାରିଆଲ ଟୁଡ଼ୁ ଚାକିରୀ ସମୟରେ ବାସସ୍ଥାନ ଓ ଜାତିଗତ ପ୍ରମାଣ ପତ୍ରରେ ଅନିୟମିତତା କରିଥିବା ନେଇ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ଠାରେ ଡ଼ବ୍ଲ୍ୟୁପି(ସି)/୨୦୦୯୨/୨୦୨୦ ତା ୧୯/୦୮/୨୦୨୦ରେ ଏକ ମାମଲା ରୁଜ୍ଜୁ କରାଯାଇଥିଲା । ଉକ୍ତ ମାମଲାକୁ ମାନ୍ୟବର ଉଚ୍ଚନ୍ୟାୟାଳୟ ଗ୍ରହଣ କରି ତା୨୪/୦୮/୨୦୨୦ରେ ଭଦ୍ରକ ଜିଲ୍ଲାପାଳଙ୍କୁ ଉକ୍ତ ଶିକ୍ଷକ କରିଥିବା ଅନିୟମିତତାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୬ ସପ୍ତାହ ମଧ୍ୟରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ: ରାଜ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ରାଜ୍ୟ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଚେଷ୍ଟିତ ହେଉଥିବା ବେଳେ ଜାଲ ପ୍ରମାଣ ପତ୍ର ଦେଇ ଶିକ୍ଷକତା କରୁଥିବା ଶିକ୍ଷକ ସରକାରଙ୍କ ଯୋଜନାକୁ କେତେ ସଫଳ କରିବେ ଏହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭଦ୍ରକ ଜିଲା ବନ୍ତ ବ୍ଲକ ଶିକ୍ଷା ବିଭାଗ ମଧ୍ୟ ଏଥିରୁ ବାଦ ପଡ଼ି ନାହିଁ । ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ହୋଇଥିବା ସୂଚନାକୁ ଆଧାର କରି ଆଜି ସୁଦ୍ଧା ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ୨ଜଣ ଶିକ୍ଷକଙ୍କୁ ଚାକିରୀରୁ ବହିଷୃତ କରାଯାଇଥିବା ଜଣାପଡ଼ିଛି । ୨ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ଜାଲ ସିଟି ପ୍ରମାଣ ପତ୍ର ଓ ଅନ୍ୟ ଜଣେ ଜାତିଗତ ପ୍ରମାଣ ପତ୍ରରେ ଅନିୟମିତତା କରିଥିବା ଅଭିଯୋଗରେ ଚାକିରୀରୁ ବହିଷୃତ ହୋଇଥିଲେ । ସେହିପରି ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ହୋଇଥିବା ସୂଚନା ଅନୁସାରେ କିଛି ଶିକ୍ଷକ ବାସସ୍ଥାନ ଓ ଜାତିଗତ ପ୍ରମାଣପତ୍ରରେ ଅନିୟମିତତା କରିଥିବାର ଜଣାପଡିଥିଲା । ଏହା ଜଣାପଡ଼ିବା ପରେ ବିଭାଗୀୟ ଅଧିକାରୀଙ୍କୁ ଏଥିନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମସ୍ତ ପ୍ରମାଣ ପତ୍ର ଦେଇ ଅଭିଯୋଗ କରାଯିବାକୁ ଇତି ମଧ୍ୟରେ ପାଖାପାଖି ୧ ବର୍ଷ ପୂରଣ ହେବାକୁ ବସିଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀମାନେ ସଂପୃକ୍ତ ଶିକ୍ଷକଙ୍କ ପ୍ରତି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଏହାକୁ ନେଇ ମାନ୍ୟବର ଉଚ୍ଚନ୍ୟାୟାଳୟରେ ଏକ ମାମଲା ଦାୟର କରାଯାଇଥିଲା ।

ସୂଚନା ଅନୁଯାୟୀ: ଭଦ୍ରକ ଜିଲା ବନ୍ତ ବ୍ଲକ ପୁରୁଷଣ୍ଢ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରିବା ସହ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱରେ ଥିବା ବାରିଆଲ ଟୁଡ଼ୁ ନାମକ ଜନୈକ ଶିକ୍ଷକ ତାଙ୍କ ନିଯୁକ୍ତି ସମୟରେ ସରକାରଙ୍କ ପ୍ରଦତ୍ତ ନିୟମକୁ ଉଲଂଘନ କରିଥିବାର ଅଭିଯୋଗ ହୋଇଥିଲା । ସେ ନିଜ ବାସସ୍ଥାନ ଓ ଜାତିଗତ ପ୍ରମାଣପତ୍ରରେ ଅନିୟମିତତା କରି ଭଦ୍ରକ ଜିଲାରେ ଉକ୍ତ ପ୍ରମାଣପତ୍ରରେ ଶିକ୍ଷକତା କରୁଛନ୍ତି । ସୂଚନା ଅଧିକାର ଆଇନ ବଳରେ ଏହି ଅନିୟମିତତା ଜଣାପଡ଼ିବା ପରେ ଏଥିନେଇ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କ ଠାରେ ସମସ୍ତ ପ୍ରମାଣପତ୍ର ସହ ଆବେଦନ କରାଯାଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ଆଜି ସୁଦ୍ଧା କୈାଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ନଥିବାରୁ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ଠାରେ ଡ଼ବ୍ଲ୍ୟୁପି(ସି)/୨୦୦୯୨/୨୦୨୦ ତା୧୯/୦୮/୨୦୨୦ରେ ଏକ ମାମଲା ରୁଜ୍ଜୁ କରାଯାଇ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ସଂପାଦକ, ଭୁବନେଶ୍ୱର, ଜିଲ୍ଲାପାଳ ଭଦ୍ରକ, ଜିଲ୍ଲା ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକ, ଭଦ୍ରକ,ଜିଲ୍ଲା ଶିକ୍ଷାଧିକାରୀ, ଭଦ୍ରକ, ବ୍ଲକ ଶିକ୍ଷାଧିକାରୀ,ବନ୍ତ ଭଦ୍ରକ ଓ ବାରିଆଲ ଟୁଡ଼ୁଙ୍କୁ ପକ୍ଷ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.