Home ଓଡ଼ିଶା ଜାଲ କାଗଜ ପତ୍ରରେ ପାଞ୍ଚ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ

ଜାଲ କାଗଜ ପତ୍ରରେ ପାଞ୍ଚ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ

505

ବଲାଙ୍ଗୀର ୨୮-୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସବ ଡିଭିଜନ ଅନ୍ତର୍ଗତ ମୁରିବାହଲ ବ୍ଲକରେ ଗୋପବନ୍ଧୁ ଗ୍ରାମୀଣ ଯୋଜନା ଜରିଆରେ ସରକାର ଡଙ୍ଗରଗୁଡି ଉନ୍ନତି ନିମନ୍ତେ ପାଞ୍ଚ ଲକ୍ଷ ଟଙ୍କା ମଞ୍ଜୁର କରିଥିବା ବେଳେ ଜାଲ, କାଗଜପତ୍ର ଦର୍ଶାଇ ଅର୍ଥ ହଡପ କରିଦେଇଥିବା ବଲାଙ୍ଗୀର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ପ୍ରକାଶ ଯେ ହଳଦୀ ଗ୍ରାମରୁ ମୁରିବାହଲ ଗ୍ରାମ ରାସ୍ତାରେ ଏହି ଦଙ୍ଗରଗୁଡି ପାହାଡ଼ ଅବସ୍ତିତ। ଏହି ପାହାଡ଼ ଉପରେ ଥିବା ମନ୍ଦିର ରେ ହେଉଥିବା ଯାତ୍ରା ନିମନ୍ତେ ଗମନାଗମନ ସୁବିଧା ଓ ଉନ୍ନତି ନିମନ୍ତେ ଗ୍ରାମବାସୀଙ୍କ ଦାବି କରିଆସୁଥିଲେ। ଏହି ଯୋଜନାରେ ସରକାର ପାଞ୍ଚଲକ୍ଷ ଟଙ୍କା ମଞ୍ଜୁର କରିଥିବା ବେଳେ ଗୋପନରେ କେବଳ ଏକ ନାମ ଫଳକ ନିର୍ମାଣ କରି ବିଭାଗୀୟ ଅଧିକାରୀ ଓ ଠିକାଦାର ଅର୍ଥ ଆତ୍ମସାତ କରିଦେବା ଗ୍ରାମକମିଟି ଜାଣି ପାରି ଏ ନେଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଲିଖିତ ଭାବେ ବିଭିନ୍ନ ଉଚ୍ଚ ପଦାଧିକାରୀଙ୍କୁ ଦାବି ପତ୍ର ପ୍ରେରଣ କରିଛନ୍ତି। ଠିକ ସେହିପରି ଏହି ବ୍ଲକକୁ ଯିବା ରାସ୍ତା ବିଗତ ଦିନରେ ନିର୍ମାଣ କରାଯାଇଥିଲା ହେଲେ ତା’ର ଅବସ୍ଥା ଗୁରୁତର ହୋଇପଡିଛି। ଦୈନିକ ଶହ, ଶହ ଯାନ, ବାହାନ ଯାତାୟତ କରିବା ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଯାତାୟତ କରିବା ସତ୍ୱେ କାହାରି ନଜର ନ ପଡିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.