Home ଜିଲ୍ଲା ପରିକ୍ରମା “ଜାତୀୟ ସ୍ୱାଧୀନତା ସଂଗ୍ରାମକୁ ଭଦ୍ରକର ଅବଦାନ ଅତୁଳନୀୟ”, ୧୦ମ ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳା ଉଦ୍‌ଘାଟିତ

“ଜାତୀୟ ସ୍ୱାଧୀନତା ସଂଗ୍ରାମକୁ ଭଦ୍ରକର ଅବଦାନ ଅତୁଳନୀୟ”, ୧୦ମ ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳା ଉଦ୍‌ଘାଟିତ

21

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ ସ୍ୱାଧୀନତା ସଂଗ୍ରାମ, ଓଡ଼ିଶା ତଥା ଭାରତର ରାଜନୀତି, ସାହିତ୍ୟ, ସଂସ୍କୃତି, ନାଟକ, କଳା, ବାଣିଜ୍ୟ ଆଦି ବହୁ କ୍ଷେତ୍ରରେ ଭଦ୍ରକର ଅବଦାନ ଅତୁଳନୀୟ ଓ ଭାଇଚାରାର ସହର ଭାବେ ଭଦ୍ରକ, କେବଳ ଓଡ଼ିଶାରେ ନୁହେଁ ଦେଶରେ ମଧ୍ୟ ଅନନ୍ୟ ପରିଚୟ ସୃଷ୍ଟି କରିଛି ବୋଲି ଭଦ୍ରକର ମଠସାହି ସ୍ଥିତ ଗୋପାଳ ଜୀୟୁ ମଠପଡ଼ିଆ ଠାରେ ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳା ଟ୍ରଷ୍ଟ ଦ୍ୱାରା ଆୟୋଜିତ ତଥା ଅବନ୍ତିକା ଆବାସିକ ମହାବିଦ୍ୟାଳୟ, ଚରମ୍ପା ଦ୍ୱାରା ପ୍ରାୟୋଜିତ ଦଶମ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଉଦ୍‌ଘାଟନ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ମହୋତ୍ସବ ଓ ପୁସ୍ତକମୋଳାର ସଭାପତି ଇଂ ଅଭୟ ସୂତାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବକୁ ବର୍ଷୀୟାନ ସ୍ୱାଧୀନତା ସଂଗ୍ରାମୀ ବ୍ରଜକିଶୋର ରାଉତ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନୀ ସନ୍ଧ୍ୟାକୁ ଭଦ୍ରକର ବରପୁତ୍ର ସାହିତ୍ୟରତ୍ନ ଅପୂର୍ବ ରଂଜନ ରାୟଙ୍କ ସ୍ମୃତିରେ ଅପୂର୍ବ ସନ୍ଧ୍ୟାରେ ନାମିତ କରାଯାଇଥିଲା । ଏହି ଉଦ୍‌ଘାଟନ ଉତ୍ସବରେ ଭଦ୍ରକ ବାର୍ ଆସୋସିଏସନ୍ ସଭାପତି ନିରାକାର ଜେନା ମୁଖ୍ୟଅତିଥି, ଭଦ୍ରକ ପୌରପାଳିକା ଉପାଧ୍ୟକ୍ଷା ଅଞ୍ଜୁବାଳା ଜେନା ବିଶିଷ୍ଟ ଅତିଥି, ଭଦ୍ରକ ମହିଳା ମହାବିଦ୍ୟାଳୟ ପରିଚାଳନା ସମିତି ସଭାପତି ଅଧ୍ୟାପକ ନାସିର ବକ୍ସ ମୁଖ୍ୟବକ୍ତା, ଓଡ଼ିଶା ହସ୍ତଶିଳ୍ପ ସହନିର୍ଦ୍ଦେଶକ ଅରୁଣ ମଣ୍ଡଳ, ରୋଟାରିଆନ୍ ଡ. ଶିଶିର କୁମାର ମିଶ୍ର, ଶିକ୍ଷାବିତ୍ ଗୟାଧର ପଣ୍ଡା, ଅବନ୍ତିକାର ଚେୟାର୍‌ମ୍ୟାନ ଇଂ ଅମିତ୍ ମଲ୍ଲିକ, ଗୋପାଳ ଜୀୟୁ ମନ୍ଦିରର ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଶରିଗ୍ରାହୀ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ ଉତ୍ସବରେ ମହୋତ୍ସ ଓ ପୁସ୍ତକମେଳାର ଆବାହକ ଅଧ୍ୟାପକ ନୀହାର ରଂଜନ କର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ, ସମ୍ପାଦକ ରବିନାରାୟଣ ଖିଲାର ସଂପାଦକୀୟ ବକ୍ତବ୍ୟ, ଶିକ୍ଷୟିତ୍ରୀ ମନୋରମା ରାୟ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରଧାନଶିକ୍ଷୟିତ୍ରୀ ଜାନକୀ ପାଢ଼ୀ ବେଦପାଠ କରିଥିଲେ । ମନମୋହନ ସଂଗୀତ ପରିଷଦର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଶଶିକଳା ମିଶ୍ର ଆବାହନୀ ସଂଗୀତ, ଶୁଭ୍ରସ୍ମିତା ରାଉତ ଦେଶାତ୍ମମୋଧକ ସଂଗୀତ ପରିବେଷଣ କରିଥିବା ବେଳେ ନୃତ୍ୟୁଗୁରୁ ପ୍ରଦୀପ କୁମାର ବେହେରାଙ୍କ ପରିଚାଳନାରେ ମୟୁର ଡ୍ୟାନ୍‌ସ ଗ୍ରୁପ, ମଠସାହି ଭଦ୍ରକ ଓ ଦିଶା ଇଂରାଜୀ ମାଧ୍ୟମ ସ୍କୁଲ, ଗବସାହିର ଛାତ୍ରଛାତ୍ରୀମାନେ ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସୁଶ୍ରୀ ଅଞ୍ଜନା ମିଶ୍ର, ଅଞ୍ଜୁବାଳା ରାଉତ, ସୁମିତ୍ରା ପାଣି, କଳ୍ପନା ଜେନା ଓ ତ୍ରିଲେଶଚନ ରାୟ ଉତ୍ସବକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.