Home ଜିଲ୍ଲା ପରିକ୍ରମା ଜାତୀୟ ସଂହତି ଶିବିରରେ ଭଦ୍ରକ ଜିଲାର ସଫଳତା, ବଧେଇ ଜଣେଇଲେ ଜିଲ୍ଲା ଶିକ୍ଷାଧିକାରୀ

ଜାତୀୟ ସଂହତି ଶିବିରରେ ଭଦ୍ରକ ଜିଲାର ସଫଳତା, ବଧେଇ ଜଣେଇଲେ ଜିଲ୍ଲା ଶିକ୍ଷାଧିକାରୀ

13

ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ସ୍କାଉଟ୍‌ସ ଗାଇଡ଼୍‌ସ ତରଫରୁ ଆୟୋଜିତ ୧୮ତମ ଜାତୀୟ ସଂହତି ଶିବିରରେ ଭଦ୍ରକ ଜିଲାକୁ ଅଭୁତ ସଫଳତା ମିଳିଛି । ଏହି ସଫଳତାକୁ ଜିଲା ଶିକ୍ଷା ବିଭାଗ ପ୍ରଶଂସା କରିବା ସହିତ ଜିଲା ଶିକ୍ଷାଧିକାରୀ ଏହାକୁ ଉଚ୍ଚ ପ୍ରଶଂସା କରି ବଧେଇ ଜଣେଇଛନ୍ତି । ଖୋର୍ଦ୍ଧା ବରୁଣେଇଠାରେ ଆୟୋଜିତ ଶିବିରରେ ଶିକ୍ଷକ ବିଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ଶିକ୍ଷକ ଅକ୍ଷୟ ସାହୁଙ୍କ ସମେତ ୪୦ଜଣ ଛାତ୍ରଛାତ୍ରୀ ୫ ଦିନିଆ ଶିବିରରେ ଯୋଗ ଦେଇ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଶିବିରାର୍ଥୀ ମାନେ ପୁରୁସ୍କୃତ ହୋଇ ଜିଲା ପାଇଁ ସଫଳତା ଆଣିଛନ୍ତି । ଶିବରାର୍ଥୀମାନେ ଗାଁ ହାଟ, ଗୃପ୍ ଡ୍ୟାନ୍‌ସ, ଜିଲାର ପର୍ବପର୍ବାଣୀର ଝଲକରେ ଭଦ୍ରକର ପ୍ରସିଦ୍ଧ ରାମନବମୀ ଶୋଭାଯାତ୍ରା ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ । ମା’ ସାତ ଭଉଣୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ତନୁଶ୍ରୀ ସାହୁ, ସୁନିତା ଯେନା ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରି ଫେରିବା ପରେ ଜିଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର, ଜିଲା ସ୍କାଉଟ କମିଶନର ଅକ୍ଷୟ ହୋତା, ଅଜୟ କୁମାର ନନ୍ଦ, ଗଦାଧର ରାଉତ, ବିପ୍ଳବ ପହି, ଜିଲାର ସ୍କାଉଟ ପରିବାର ତରଫରୁ ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀ, ଶିକ୍ଷକମାନଙ୍କୁ ବଧେଇ ଜଣେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.