ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକର ବାରିକପୁର ଶ୍ରୀରାମ ମନ୍ଦିର ପରିସରରେ ଜାତୀୟ ମାନବାଧିକାର ସାମୁଖ୍ୟର ଜିଲ୍ଲାସ୍ତରୀୟ ବୈଠକ ବୁଧବାର ଅନୁଷ୍ଠିତ ହୋଇ ସଙ୍ଗଠନ ପୁର୍ନଗଠନ କରାଯାଇଛି । ସାମୁଖ୍ୟର ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ନୂତନ ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ଯୁବ ସମ୍ପାଦକ, ସଙ୍ଗଠନ ସମ୍ପାଦକ, ସହ ସମ୍ପାଦକ, ଜିଲ୍ଲା ସମ୍ପାଦକ, କାର୍ଯ୍ୟକାରିଣୀ ସଦସ୍ୟ ଆଦି ମୋଟ ୨୧ ଜଣଙ୍କୁ ଚୟନ କରାଯାଇଥିଲା । ରାଷ୍ଟ୍ରୀୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ଭାରତୀ, ଉପାଧ୍ୟକ୍ଷ ତପନ କୁମାର ପତିଙ୍କ ପରାମର୍ଶ କ୍ରମେ ଏକ ସାଧାରଣ ସଭା ଆଗାମୀ ଅଗଷ୍ଟ ୧୫ ତାରିଖରୁ ୩୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏଥିରେ ରାଜ୍ୟ ସଂଯୋଜକ ସଚ୍ଚିକାନ୍ତ ପଣ୍ଡା, ଜିଲ୍ଲା ସଂଯୋଜକ ରବିନ୍ଦ୍ର କୁମାର ପାଣିଗ୍ରାହୀ, ଭଦ୍ରକ ଜିଲ୍ଲା ସଭାପତି ନିର୍ମଳ ଚନ୍ଦ୍ର ସ୍ୱାଇଁ, ବ୍ଲକ ସାଧାରଣ ସମ୍ପାଦକ ପସନ୍ନ କୁମାର ପ୍ରଧାନ, ଜିଲ୍ଲା କୋଷାଧ୍ୟକ୍ଷ ଜଗନ୍ନାଥ ନାୟକ, ତିହିଡି ବ୍ଲକ ପକ୍ଷରୁ ବିଭୂତି ଭୂଷଣ ସେନାପତି, ଭଣ୍ଡାରିପୋଖରୀ ବ୍ଲକରୁ ଉପସଭାପତି ଅକ୍ଷୟ କୁମାର ମହାନ୍ତି, ନାରାୟଣ ଚନ୍ଦ୍ର ମାନ୍ଧତା, ସନ୍ୟାସୀ ଚନ୍ଦ୍ର ବ୍ରହ୍ମା, ନିତ୍ୟାନନ୍ଦ ମଲ୍ଲିକ ପ୍ରମୁଖ ବୈଠକରେ ଯୋଗଦେଇଥିଲେ ।