Home ଓଡ଼ିଶା ଜାତୀୟ ଜନସମ୍ପର୍କ କାର୍ଯ୍ୟକ୍ରମ ‘ଜିଇଏମ ସମ୍ବାଦ’ର ଶୁଭାରମ୍ଭ : ଡିସେମ୍ବର ୧୯ରୁ ୧୭ ଫେବୃଆରୀ ପର୍ଯ୍ୟନ୍ତ...

ଜାତୀୟ ଜନସମ୍ପର୍କ କାର୍ଯ୍ୟକ୍ରମ ‘ଜିଇଏମ ସମ୍ବାଦ’ର ଶୁଭାରମ୍ଭ : ଡିସେମ୍ବର ୧୯ରୁ ୧୭ ଫେବୃଆରୀ ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିବ

111

– ଜିଇଏମ ଜରିଆରେ ମାତ୍ର ୩ବର୍ଷରେ ୪୦ ହଜାର କୋଟି ଟଙ୍କାର କାରବାର
ନୂଆଦିଲ୍ଲୀ ୧୭-୧୨ (ଓଡ଼ିଆ ପୁଅ) ଆଜି ନୂଆଦିଲ୍ଲୀ ଠାରେ ଗଭର୍ଣ୍ଣମେଂଟ ଇ ମାର୍କେଟ ପ୍ଲେସ (ଜିଇଏମ) ପକ୍ଷରୁ ଏକ ଜାତୀୟ ଜନସମ୍ପର୍କ କାର୍ଯ୍ୟକ୍ରମ ଜିଇଏମ ସମ୍ବାଦର ଶୁଭାରମ୍ଭ କରାଯାଇଛି। କେନ୍ଦ୍ର ସରକାରଙ୍କ ବାଣିଜ୍ୟ ବିଭାଗ ସଚିବ ତଥା ଜିଇଏମର ଅଧ୍ୟକ୍ଷ ଅନୁପ ୱାଧୱାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା। ସାରା ଦେଶରେ ସମସ୍ତ ଅଂଶୀଦାର ଓ ସ୍ଥାନୀୟ ବିକ୍ରେତାମାନଙ୍କୁ ନେଇ ଏହି ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମାର୍କେଟ ପ୍ଲେସରେ ସ୍ଥାନୀୟ ବିକ୍ରେତାଙ୍କୁ ଅନ୍ତର୍ଭୂକ୍ତ କରିବା ଏବଂ କ୍ରେତାମାନଙ୍କ ନିର୍ଦ୍ଦିଷ୍ଟ କ୍ରୟ ଆବଶ୍ୟକତା ପୂରଣ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଡିସେମ୍ବର ୧୯ ତାରିଖ ଠାରୁ ୧୭ ଫେବୃଆରୀ ୨୦୨୦ ପର୍ଯ୍ୟନ୍ତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଏହି କାର୍ଯ୍ୟକ୍ରମ ଚାଲିବ। ବର୍ତମାନ ଜିଇଏମରେ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଉତ୍ପାଦ ଏବଂ ପାଖାପାଖି ୨୦ ହଜାର ସେବା ଉପଲବ୍ଧ ରହିଛି। ଏଥିରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ପଞ୍ଜିକୃତ ବିକ୍ରେତା ଓ ସେବା ପ୍ରଦାନକାରୀ ଏବଂ ୪୦ ହଜାରରୁ ଅଧିକ ସରକାରୀ କ୍ରେତା ସଂଗଠନ ମଧ୍ୟ ରହିଛନ୍ତି। ମାତ୍ର ୩ ବର୍ଷର ସ୍ୱଳ୍ପ ଅବଧି ମଧ୍ୟରେ ଜିଇଏମ ଜରିଆରେ ୪୦ ହଜାର କୋଟି ଟଙ୍କାର ନିଟ ବାଣିଜ୍ୟିକ ମୂଲ୍ୟରେ ୨୮ ଲକ୍ଷ ଅର୍ଡର ପ୍ରକ୍ରିୟାକୃତ ହୋଇଛି। ଏଥିମଧ୍ୟରୁ ୫୦% କାରବାର ଏମଏସଏମଇଗୁଡ଼ିକ ଦ୍ୱାରା ହୋଇଛି।

ରାଜ୍ୟ ବିଭାଗ ଓ ସଂସ୍ଥାନ ତଥା ରାଷ୍ଟ୍ରାୟତ କ୍ଷେତ୍ର ଉପକ୍ରମଗୁଡ଼ିକ ଜିଇଏମର ଉପଯୋଗ କରି ସେମାନଙ୍କ କ୍ରୟ ଆବଶ୍ୟକତା ମେଂଟାଉଛନ୍ତି। ଏହି ପୋର୍ଟାଲ ଜରିଆରେ ରାଜ୍ୟସ୍ତରର ବିକ୍ରେତାମାନେ ଜାତୀୟ ବଜାର ପହଁଚ ହାସଲ କରି ଲାଭାନ୍ୱିତ ହେଉଛନ୍ତି। ଜିଇଏମ ସମ୍ବାଦ କାର୍ଯ୍ୟକ୍ରମ ଜରିଆରେ ବ୍ୟବହାରକାରୀଙ୍କ ଠାରୁ ମତାମତ ସଂଗ୍ରହ କରାଯିବା ଯାହାକୁ ଏହି ବ୍ୟବସ୍ଥାରେ ସୁଧାର ଏବଂ ଉନ୍ନତିକରଣ ପାଇଁ ଉପଯୋଗ କରାଯିବ।

ସୂଚନାଯୋଗ୍ୟ ଯେ ଜିଇଏମ ହେଉଛି ଏକ ଜାତୀୟ ସାର୍ବଜନୀନ କାରବାର ପୋର୍ଟାଲ ଯାହା ଜରିଆରେ କେନ୍ଦ୍ର ଓ ରାଜ୍ୟ ସରକାରୀ ବିଭାଗ, ରାଷ୍ଟ୍ରାୟତ ଉଦ୍ୟୋଗ, ସ୍ୱୟଂଶାସିତ ସଂସ୍ଥାନ ଓ ସ୍ଥାନୀୟ ପ୍ରଶାସନଗୁଡ଼ିକ ସେମାନଙ୍କ ସମସ୍ତ ସାମଗ୍ରୀ ଓ ସେବା କ୍ରୟ ଆବଶ୍ୟକତା ପୂରଣ କରିପାରୁଛନ୍ତି। ଏହି ବ୍ୟବସ୍ଥା ୯ ଅଗଷ୍ଟ ୨୦୧୬ରେ ଆରମ୍ଭ ହୋଇଥିଲା। ପ୍ରଯୁକ୍ତିର ଉପଯୋଗ କରି ଜିଇଏମ ଦେଶରେ ସାର୍ବଜନୀନ କ୍ରୟ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ଏହା କ୍ରୟ ପ୍ରକ୍ରିୟାକୁ ଯୋଗାଯୋଗ ମୁକ୍ତ, କାଗଜମୁକ୍ତ ଓ ନଗଦମୁକ୍ତ କରିପାରିଛି।

ଜିଇଏ ସମ୍ବାଦ ସଂକ୍ରାନ୍ତରେ ବିସ୍ତୃତ ସୂଚନା https://gem.gov.in ୱେବସାଇଟରେ ଉପଲବ୍ଧ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.