Home ଜିଲ୍ଲା ପରିକ୍ରମା ଜଳ ନିଷ୍କାସନ ସମସ୍ୟା ନେଇ ସମାଜସେବୀଙ୍କ ଆମରଣ ଅନଶନ

ଜଳ ନିଷ୍କାସନ ସମସ୍ୟା ନେଇ ସମାଜସେବୀଙ୍କ ଆମରଣ ଅନଶନ

23

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘଦିନ ଧରି ଜଳ ନିଷ୍କାସନ ଓ ରାସ୍ତା ଅବରୋଧ ସମସ୍ୟାକୁ ନେଇ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେବା ପରେ ସମାଧାନ ନହେବାରୁ ପୂର୍ବ ସୂଚନା ଅନୁଯାୟୀ ଆଜି ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ବାସୁଦେବପୁର ବ୍ଲକ୍‌ର ସର୍ତ୍ତରପୁର ଗାଁର ସମାଜସେବୀ ରଣଜିତ୍ ନାୟକ ଆମରଣ ଅନଶନ କରିଛନ୍ତି । ଶ୍ରୀ ନାୟକଙ୍କର ଅଭିଯୋଗ ହେଲା ସର୍ତ୍ତରପୁର ବିଦ୍ୟାଳୟ ଠାରୁ ଦରଖୋଳି ପର୍ଯ୍ୟନ୍ତ ରାସ୍ତା ଅବରୋଧ ହୋଇଥିବାରୁ ଜଳ ନିଷ୍କାସନରେ ବାଧା ଉପୁଜିଛି । ଏ ସଂପର୍କରେ ସେ ପୂର୍ବରୁ ଗ୍ରାମବାସୀଙ୍କ ସହ ସେ ୩ ଥର ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ । ଜିଲାପାଳ ବିଡିଓ, ତହସିଲଦାରଙ୍କୁ ଜଳ ନିଷ୍କାସନ ସମସ୍ୟା ଦୂର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲାପାଳଙ୍କ ନିର୍ଦ୍ଦେଶ ପରେ ଶ୍ରୀ ନାୟକ ବିଡିଓ ଓ ତହସିଲଦାରଙ୍କୁ ଏହି ସମସ୍ୟାର ସମାଧାନ ପାଇଁ ଭେଟିଥିଲେ । ଏବଂ ବିଡିଓ ମାପଚୁପ କରି ସମାଧାନ କରିବାର ପ୍ରତିଶ୍ରୁତି ଦେଇଥିଲେ । ତହସିଲଦାର ଗତ ତା ୧୦.୦୮.୨୩ ରିଖ ଦିନ ଏହି ସ୍ଥାନକୁ ଆସି ଉଭୟ ପାଶ୍ୱର୍ରେ ଥିବା ବ୍ୟକ୍ତିଙ୍କ ନାମ ଓ ଠିକଣା ନେଇ କହିଲେ ଏମାନଙ୍କୁ ନୋଟିସ୍ କରି ଅମିନ ଆଣି ମାପ କରାଇ ସୀମା ଚିହ୍ନଟ କରି ଡ୍ରେନ୍ ରାସ୍ତା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବାସ୍ତବ କ୍ଷେତ୍ରରେ ଏହି ଜଳ ନିଷ୍କାସନ ସମସ୍ୟା ପାଇଁ ତହସିଲଦାର କୌଣସି ପଦକ୍ଷେପ ନନେବାରୁ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବ ସୂଚନା ଅନୁଯାୟୀ ଆମରଣ ଅନଶନ କରିବାକୁ ବାଧ୍ୟ ହେଲୁ ବୋଲି ସମାଜସେବୀ ଶ୍ରୀ ନାୟକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.