Home ଜିଲ୍ଲା ପରିକ୍ରମା ଜଳେଶ୍ୱରପୁର ପ୍ରାଥମିକ କୃଷି ସେବା ସମିତିରେ ୭୦ତମ ସେବା ସମବାୟ ଦିବସ ପାଳିତ

ଜଳେଶ୍ୱରପୁର ପ୍ରାଥମିକ କୃଷି ସେବା ସମିତିରେ ୭୦ତମ ସେବା ସମବାୟ ଦିବସ ପାଳିତ

21

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଳେଶ୍ୱର ପୁର ପ୍ରାଥମିକ କୃଷି ସେବା ସମବାୟ ସମିତିରେ ୭୦ ତମ ସେବା ସମବାୟ ଦିବସ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ଅ‘ିସ ପ୍ରାଙ୍ଗଣରେ ସେବା ସମବାୟ ପତାକା ଉତୋଳନ ହେବା ସହ ଉପସ୍ଥିତ ଥିବା ସମବାୟ ସମିତିର ସଭାପତି ସଂପାଦକ ନିଜ ନିଜ ବକ୍ତବ୍ୟରେ ସେବା ସମବାୟ ଦିବସ ପାଳନ ତାତ୍ପର୍ଯ୍ୟ ବିଷୟରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଆଜିର ଏହି ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ସମିତର ସଭାପତି ସୁଦର୍ଶନ ମାହୁନ୍ତ, ସଂପାଦକ ବୃନ୍ଦାବନ ଭଳ,ଅକ୍ଷୟ ସାହୁ, ସୁବାଷ ପାତ୍ର, ହିମାଂଶୁ ନାୟକ, ରସାନନ୍ଦ ବେହୁରା, ହୃଶୀକେଶ ରାଉତ, ସୁରେନ୍ଦ୍ର ମାହୁନ୍ତ, ଅମୁଲ୍ୟ ମହାଳିକ, ସାବିତ୍ରି ମଢୁଆଳ, ଉମାକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ରହିବା ସହ ଏହି ଦିବସ ପାଳନ ବିଷୟରେ ନିଜର ନିଜର ବକ୍ତବ୍ୟ ରଖିବା ସହ ଆଗାମୀ ଦିନରେ କିପରି ଜଳେଶ୍ୱରପୁର ପ୍ରାଥମିକ କୃଷି ସେବା ସମବାୟ ସମିତି ସାଧାରଣ ଜନତାଙ୍କ ପାଖରେ ପହଂଚି ସେବା ଯୋଗାଇ ଦେଇଥିବା ବେଳେ ପୁନଶ୍ଚ କିପରି ଦୃଷ୍ଟି ଆଢୁଆଳରେ ରହି ଯାଉଥିବା ସାଧାରଣ ଜନତାଙ୍କ ସେବାରେ ଲାଗି ପାରିବ ସେ ବିଷୟରେ ଜନତାଙ୍କୁ ଅବଗତ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.