Home ଓଡ଼ିଶା ଜମି, ବାଡ଼ି ବିବାଦକୁ ନେଇ ଉଭୟ ପରିବାର ର ଗଣ୍ଡଗୋଳରେ ବାପା, ପୁଅଙ୍କ ଘଟଣା ସ୍ଥଳରେ...

ଜମି, ବାଡ଼ି ବିବାଦକୁ ନେଇ ଉଭୟ ପରିବାର ର ଗଣ୍ଡଗୋଳରେ ବାପା, ପୁଅଙ୍କ ଘଟଣା ସ୍ଥଳରେ ମୃତ୍ୟୁ

124

ବଲାଙ୍ଗୀର, ୧୨-୦୭, (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଜମିବାଡି ବିବାଦ ସହିତ ଟ୍ରାକ୍ଟର ଭଡାକୁ କେନ୍ଦ୍ରକରି ଦୁଇ ପରିବାରଙ୍କ ମଧ୍ୟରେ ବିବାଦ ଚରମ ରୂପ ନେଇଛି। ମାରଣାସ୍ତ୍ର ଧରି ଦୁଇ ପରିବାର ମୁହାଁମୁହିଁ ହେବାପରେ ତୁମୁଳ ସଂଗ୍ରାମ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ବାପ ପୁଅଙ୍କ ଜୀବନ ଚାଲିଯାଇଥିବାର ଜଣାପଡିଛି।

ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଦରଲୀମୁଣ୍ଡା ଗାଁରେ ଡବଲ୍ ମର୍ଡର୍। ବାପ ପୁଅ ମୃତ। ମୃତକ ମାନେ ହେଲେ ବାପା ମୋତିଲାଲ ବନଛୋର ଓ ବଡପୁଅ ଛନ୍ଦା ବନଛୋର। ସାନପୁଅ ହେମନ୍ତ ବନଛୋର ଗୁରୁତର। ଆକ୍ରମଣକାରୀ ଗୋଷ୍ଠୀର ୬ ଜଣ ମଧ୍ୟ ଗୁରୁତର ଥିବା ସୂଚନା। ଜମି ବିବାଦ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ। ଘଟଣା ସ୍ଥଳରେ ବେଲପଡା ପୋଲିସର ତଦନ୍ତ ଆରମ୍ଭ। ତେବେ ରାଉତ ପରିବାର ଓ ବଂଛୋର ପରିବାର ଭିତରେ ଜମି ଜମା ଓ ଟ୍ରାକ୍ଟର ଭଡା ୧୦ ହଜାର ଟଙ୍କା କୁ ନେଇ ପୂର୍ବ ରୁ ଝମେଲା ହୋଇଥିଲା। ତେବେ ଆଜି ସକାଳୁ ଉଭୟ ପରିବାର ଭିତରେ କଳି ହେବା ସହ ସନ୍ଧ୍ୟା ସମୟରେ ଗାଁ ପାଖ ଏକ ପୋଲ ଉପରେ ଉଭୟ ପରିବାର ଭିତରେ ମାଡ଼ପିଟ ହୋଇଥିଲା। ଉଭୟ ପରିବାର ଲୋକପୂର୍ବ ରୁ ବିଭିନ୍ନ ହତିଆରରେ ପରସ୍ପରକୁ ଆକ୍ରମଣ କରିଥିଲେ। ଫଳରେ ଘଟଣା ସ୍ଥଳରେ ବଂଛୋର ପରିବାରର ମୋତିଲାଲ ଓ ଛାନ୍ଦମଣିଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଉଭୟ ପରିବାରର ୬ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ମାନଙ୍କ ମଧ୍ୟ ରୁ ରାଉତ ପରିବାରର ଫକୀର ରାଉତ ଓ ବାଲ୍ମୀକି ରାଉତ କୁ ଓ ବଂଛୋର ପରିବାର ର ହେମନ୍ତ ଵନଛୋର କୁ ବଲାଂଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ରେ ଭର୍ତି କରାଯାଇଥିବା ବେଳେ କୈଳାଶ ବଂଛୋର କୁ ପଟଣାଗଡ଼ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି। ଏ ନେଇ ପାଟଣାଗଡ଼ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଥିବା ବେଳେ ଜଣକୁ ଥାନା ରେ ଅଟକ ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.