Home ଜିଲ୍ଲା ପରିକ୍ରମା ଜନ ସଚେତନତା ନାମରେ ହରିଲୁଟ୍‌, କୃଷିରଥକୁ ଅଟକାଇଲେ ଚାଷୀ

ଜନ ସଚେତନତା ନାମରେ ହରିଲୁଟ୍‌, କୃଷିରଥକୁ ଅଟକାଇଲେ ଚାଷୀ

25

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜନ ସଚେତନତା ପାଇଁ ସରକାରଙ୍କ ତହବିଲ୍‌ରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ନା ସୃଷ୍ଟି କରାଯାଉଛି ସଚେତନତା । ପରନ୍ତୁ ଜାଲ୍ ଫଟୋ, ଭିଡିଓ ଦାଖଲ କରି ତହବିଲ୍‌ରୁ କୋଟି କୋଟି ଟଙ୍କା ଉଠାଣ କରାଯାଉଛି । ଯାହାର ନିଚ୍ଛକ ଉଦାହରଣ ଏହି ଜିଲା ବାସୁଦେବପୁରରେ ଦେଖିବାକୁ ମିଳିଛି । କୃଷିରଥ ପାଇଁ ସୁସଜ୍ଜିତ ପିକଅପ୍ ଭ୍ୟାନ୍ ପହଞ୍ôଚଥିଲା ଆର୍ତ୍ତୁଙ୍ଗ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ । କୃଷିରଥ ଭ୍ୟାନ୍‌ରୁ ଫଟାଫଟ ଦୁଇଜଣ କଳାକାର ଓହ୍ଲାଇପଡି ପଂଚାୟତ କାର୍ଯ୍ୟାଳୟ ସାମ୍ନାରେ ନିଜର ପୋଜ୍ ନେଇଥିଲେ । ଅନ୍ୟ ଜଣେ କଳାକାର ମୋବାଇଲ୍‌ରେ ସେମାନଙ୍କର ଫଟୋ ଉଠାଇବା ପରେ କୃଷିରଥ ପଛକୁ ଫେରିଥିଲା । ଏହା ଦେଖି କେତେକ କୃଷକ କୃଷିରଥକୁ ଅଟକାଇଥିଲେ । ପରେ କୃଷିରଥ କେବଳ ମାଇକ୍ (ଡାକବାଜି ଯନ୍ତ୍ର) ବଜାଇ ଗ୍ରାମର ଦୁଇଟି ବସ୍ତିରେ ବୁଲିଥିଲା । ଏଠାରେ ପ୍ରଶ୍ନ ଉଠେ ଜନସଚେତନତା କାହା ପାଇଁ । ନା କେତେକ ଅଧିକାରୀଙ୍କ ସହ ଦଲାଲଙ୍କ ଆକାଉଣ୍ଟର ଆମାଉଣ୍ଟ ବଢିବା ଲକ୍ଷରେ ଏହି ଯୋଜନା ଚାଲିଛି । ଜିଲା ଅଧିକାରୀ ନଜର ଦେବାକୁ ଚାଷୀମାନଙ୍କ ପକ୍ଷରୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.