ଭଦ୍ରକ, ୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବାଲିପୋଖରୀ ପଞ୍ଚାୟତ ଜଗନ୍ନାଥପ୍ରସାଦ ସୈରାତରୁ ବାଲି ପରିହବନ କରୁଥିବା ଟ୍ରାକ୍ଟର ଚାଳକକୁ ଧମକ ଦେବା, ଚାନ୍ଦା ମାଗିବା ଓ ଫୋନ ଛଡାଇନେବା ଅଭିଯୋଗରେ ଜଗନ୍ନାଥପ୍ରସାଦ ଗ୍ରାମର ତିନିଜଣଙ୍କ ନାମରେ ମାମଲା ଋଜୁ ହୋଇଛି । ଅଭିଯୋଗକାରୀ ଯାଜପୁର ଜିଲ୍ଲା ଅଡଙ୍ଗ ଅଞ୍ଚଳର ପ୍ରତ୍ୟୁଷ ପ୍ରସନ୍ନ କର ଏଥିନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ଶନିବାର ଅପରାହ୍ନରେ ଜଗନ୍ନାଥପ୍ରସାଦ ସୈରାତରୁ ବାଲି ପରିବହନ କରୁଥିବା ତାଙ୍କ ଟ୍ରାକ୍ଟରକୁ ଗ୍ରାମର ତିନିଜଣ ଯୁବକ ଅଟକାଇଥିଲେ । ପ୍ରତ୍ୟେକ ଟ୍ରିପରୁ ପାଞ୍ଚଶହ ଟଙ୍କା ଚାନ୍ଦା ମାଗିବା ସହ ଫୋନ ଛଡାଇ ନେଇ ଧମକ ଚମକ ଦେଇଥିଲେ । ଏଥିନେଇ ଥାନାରେ ବିଭୁତି ପରିଡା, ପିଣ୍ଟୁ ବାରିକ ଓ ପୁପୁନା ରାୟଙ୍କ ନାମରେ ୨୧୨/୨୧ନଂ ମାମଲା ଋଜୁ ହୋଇଛି । ଅନ୍ୟପକ୍ଷରେ ବାଲି ପରିବହନ କାର୍ଯ୍ୟରେ ବହୁ ଟ୍ୟାକ୍ସ ଆଦି ଫାଙ୍କିଥିବା ଟ୍ରାକ୍ଟର ନିୟୋଜିତ ଥିବା ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ତହସିଲଦାର ସଂପୃକ୍ତ ଅଞ୍ଚଳରୁ ତିନୋଟି ଟ୍ରାକ୍ଟରକୁ ରବିବାର ଧରିଥିଲେ । ମାତ୍ର ତନଖି ପରେ ସେମାନଙ୍କ କାଗଜପତ୍ର ସଠିକ ଥିବାରୁ ଛାହି ଦିଆଯାଇଛି ବୋଲି ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ସୂଚନା ଦେଇଛନ୍ତି ।