Home ଜିଲ୍ଲା ପରିକ୍ରମା ଜଗନ୍ନାଥପ୍ରସାଦ ପଦ୍ମନାଭ କପ କ୍ରିକେଟ, ସେମିରେ ଭଦ୍ରକ ୟୁନିକ ଏକାଦଶ

ଜଗନ୍ନାଥପ୍ରସାଦ ପଦ୍ମନାଭ କପ କ୍ରିକେଟ, ସେମିରେ ଭଦ୍ରକ ୟୁନିକ ଏକାଦଶ

7

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ଜଗନ୍ନାଥପ୍ରସାଦ ମା’ଖଡ୍ଗଧାରିଣୀ କ୍ରିକେଟ ପଡିଆରେ ଇଂ ଦିଲ୍ଲିପ ଆଣ୍ଡ ଆଲୋକ ମେମୋରିଆଲ ପଦ୍ମନାଭ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଭୁବନେଶ୍ୱର ଓସ୍କାର ଓ ଭଦ୍ରକ ୟୁନିକ ଇଲେଭେନ ମଧ୍ୟରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ଓସ୍କାର ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ୨୩ ଓଭରରେ ସମସ୍ତ ଉଇକେଟ ହରାଇ ୧୧୯ ରନ ସ୍କୋର କରିଥିଲେ । ଜବାବରେ ଭଦ୍ରକ ୟୁନିକ ଦଳ ୧ ଉଇକେଟ ହରାଇ ୧୨୦ ରନ କରି ବିଜୟୀ ହୋଇଥିଲା । ଦୁର୍ଗାପ୍ରସାଦ ପଟ୍ଟନାୟକ ଓ ଆଶୁତୋଷ ପାଣି ଅମ୍ପାୟାର ଭାବେ ମ୍ୟାଚ ପରିଚାଳନା କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ବ୍ୟାଟ୍ସମ୍ୟାନ ଶ୍ୟାମା ସାଗର ବଳଙ୍କୁ ସୁଧାଂଶୁ ଶେଖର ମହାପାତ୍ର ପୁରସ୍କୃତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.