ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଜଗନ୍ନାଥପ୍ରସାଦ ଗ୍ରାମର ନବବଧୂ ଶକ୍ତିମୟୀ ବାରିକ(୨୪)ଙ୍କ ମୃତ୍ୟୁ ଘଟଣାରେ ପୁଲିସ ଶନିବାର ରାତ୍ରରେ ଯୌତୁକ ଜନିତ ହତ୍ୟା ମାମଲା ଋଜୁ କରିଛି । ମୃତ ଶକ୍ତିମୟୀଙ୍କ ଭାଇ ଅନନ୍ତ କିଶୋର ବାରିକଙ୍କ ଅଭିଯୋଗ କ୍ରମେ ୪୩୫/୨୩ନଂ ମାମଲା ୭ ଜଣଙ୍କ ନାମରେ ଋଜୁ ହୋଇଛି । ଘଟଣାରେ ସ୍ୱାମୀ ବିଶ୍ୱଜିତ ବାରିକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି । ପୁଲିସ ହେପାଜତରେ ଶବ ବ୍ୟବଚ୍ଛେଦ କରାଯାଇଛି । ଅଭିଯୋଗ ଅନୁଯାୟୀ ଗତ ଜୁଲାଇ ମାସରେ ଶକ୍ତିମୟୀ ବୈଦିକ ରୀତିରେ ବିଶ୍ୱଜିତଙ୍କୁ ଆବଶ୍ୟକ ଯାନିଯୌତୁକ ସହ ବିବାହ କରିଥିଲା । ମାତ୍ର ବିବାହ ପରେ ଶାଶୁଘର ପକ୍ଷରୁ ଅଧିକ ଏକଲକ୍ଷ ଯୌତୁକ ଦାବି କରାଯାଇ ଶକ୍ତିମୟୀଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦିଆଯାଇଥିଲା । ବାପଘର ପକ୍ଷରୁ ବୁଝାସୁଝା କରାଯିବା ଉଦ୍ୟମ ସଫଳ ହୋଇନଥିଲା । ଶନିବାର ସନ୍ଧ୍ୟାରେ ଶକ୍ତିମୟୀ ଶୋଇବାଘରେ କବାଟ କିଳି ରହିଛି ବୋଲି ଶାଶୁଘର ଲୋକେ ବାପଘରକୁ ଖବର ଦେଇଥିଲେ । ବାପଘର ଲୋକେ ଘଟଣାସ୍ଥଳରେ ପହଞ୍ôଚ ଶାଶୁଘର ଲୋକଙ୍କୁ ପାଇନଥିଲେ । ଶକ୍ତିମୟୀ ପାଦତଳେ ଲାଗି ରହିଥିବା ଓ ଫ୍ୟାନରେ ଶାଢୀ ଦ୍ୱାରା ଝୁଲୁଥିବା ଦେଖିଥିଲେ । ପୁଲିସ ପହଞ୍ôଚ ଶବ ଉଦ୍ଧାର କରିଥିଲା । ଶାଶୁଘର ଲୋକେ ଯୋଜନାବଦ୍ଧ ଭାବେ ଶକ୍ତିମୟୀଙ୍କୁ ଯୌତୁକ ପାଇଁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରାଯାଇଥିଲା । ଅନ୍ୟପକ୍ଷରେ ବିଭାଘର ପରେ ଶକ୍ତିମୟୀ ସ୍ୱାମୀ ସହ ଆଦୌ ଶାରୀରିକ ସମ୍ପର୍କ ରଖିନଥିଲା । ଶାଶୁଘରେ ରହିବାକୁ ବାରମ୍ବାର ଅନିଚ୍ଛା ପ୍ରକାଶ କରିଆସୁଥିଲା । ଏଥିନେଇ ଉଭୟପକ୍ଷ ମଧ୍ୟରେ ବହୁବାର ସମାଧାନ ଉଦ୍ୟମ ହୋଇଥିଲେ ବି ସଫଳ ହୋଇନଥିଲା । ଏଥିନେଇ ଶାଶୁଘର ଲୋକେ ଅଘଟଣରେ ସଂପୃକ୍ତ ନାହାନ୍ତି ବୋଲି ସ୍ୱାମୀ ବିଶ୍ୱଜିତ ପ୍ରକାଶ କରିଛନ୍ତି ।








