Odiapua.com

ଛେପମରା ଫଳ ବିକ୍ରେତାଙ୍କ ଭାଇରାଲ୍ ଭିଡିଓ: ମାମଲା ରୄଜୁ

ଭୁବନେଶ୍ୱର: କରୋନା ଭାଇରସକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଦେଶରେ ଚାଲିଥିବା ଗୁଜବ ମଧ୍ୟରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ଠେଲାଗାଡ଼ି ଫଳ ବିକ୍ରେତା ଫଳ ଉପରେ ଛେପ ପକାଉଥିବା ଦେଖାଯାଉଛି। ଏହି ଭିଡିଓଟି ଟିକଟକ୍ ପ୍ଲାଟଫର୍ମରେ ଭାଇରାଲ୍ ହେବା ପରେ ଏବେ ୱାଟ୍ସଆପ୍ ଆଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକରେ ଘୁରି ବୁଲୁଛି। କୁହାଯାଉଛି ଯେ ଏହି ଭିଡିଓ ମଧ୍ୟପ୍ରଦେଶର ରାଇସେନ୍ ଜିଲ୍ଲା ମୁଖ୍ୟାଳୟରୁ ଆସିଛି। ଭିଡିଓ ଭାଇରାଲ ହେବା ପରେ କରୋନା ଜୀବାଣୁ ଭୟଙ୍କର ଭାବରେ ବ୍ୟାପିବାକୁ ନେଇ ଭୟ ସୃଷ୍ଟି ହୋଇଛି। ଏହାକୁ ନେଇ ସ୍ଥାନୀୟ ପୋଲିସ ପ୍ରଶାସନ ସଂପୃକ୍ତ ଫଳ ବିକ୍ରେତାଙ୍କୁ ଠାବ କରି ତାଙ୍କ ବିରୋଧରେ ଧାରା ୨୬୯ ଏବଂ ୨୭୦ ଆଇପିସି ଅନୁଯାୟୀ ଏକ ମାମଲା ରୁଜୁ କରିଛି। ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସଂପୃକ୍ତ ଫଳ ବିକ୍ରେତା ମାନସିକ ସ୍ତରରେ ଅସୁସ୍ଥ ଅଛନ୍ତି। ଏହାସହ ଏହି ଭିଡିଓଟି ୧୬ ଫେବୃଆରୀ ୨୦୧୯ରେ କରାଯାଇଥିଲା ବୋଲି କୁହାଯାଉଛି। ଟଙ୍କା ଗଣିଲା ବେଳେ ଛେପ ମାରିବା ଅଭ୍ୟାସ ରହିଯାଇ ଥିବାରୁ ବାପା ଫଳରେ ଛେପ ମାରି ଦେଉଛନ୍ତି ବୋଲି ସଂପୃକ୍ତ ଫଳ ବିକ୍ରେତାଙ୍କ ଝିଅ କହୁଛି। ତେବେ କରୋନାକୁ ନେଇ ଏକ ବିପଜ୍ଜନକ ପରିବେଶ ମଧ୍ୟରେ ଲୋକଙ୍କ ମଧ୍ୟରେ ଭିଡିଓଟି ଅଧିକ ଭାଇରାଲ ହେବା ସହ ଏକ ଭୟ ସୃଷ୍ଟି କରାଇଛି।

https://youtu.be/YPatCNvSnaM

 

https://twitter.com/odiapuanews/status/1246317320571473922

ତିଆରି ହୋଇଗଲା କରୋନା ଭାଇରସ୍ ଭ୍ୟାକ୍ସିନ୍! କେବେ ମିଳିବ, ଆଉ ଦାମ୍ କେତେ? ଜାଣନ୍ତୁ ..

/- ଦେବଦତ୍ତ ରଥ