Home ଜିଲ୍ଲା ପରିକ୍ରମା ଛାତ୍ରୀଙ୍କୁ ମାଡଦେବା ପାଇଁ ଶିକ୍ଷୟତ୍ରୀଙ୍କୁ ନିଲମ୍ବନ ଦାବିରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ହେବ ଧାରଣା

ଛାତ୍ରୀଙ୍କୁ ମାଡଦେବା ପାଇଁ ଶିକ୍ଷୟତ୍ରୀଙ୍କୁ ନିଲମ୍ବନ ଦାବିରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ହେବ ଧାରଣା

48

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ପାଟୁଳି ପଞ୍ଚାୟତ ଅନ୍ତର୍ଗତ ଅରେଇକଣା ଉପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସୁକାନ୍ତି ଦେଇଙ୍କ ବେତ୍ରାଘାତରେ ଆହତ ଛାତ୍ରୀଙ୍କ ଅଭିଭାବକ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଜଣାଯାଇଛି। ଆହତ କାରଣରୁ ଗତ ୧୫ ଦିନ ଧରି ବିଦ୍ୟାଳୟକୁ ଯାଇପାରୁନଥିବା ଛାତ୍ରୀ ଅସୁସ୍ଥ ଥିବା ବେଳେ ପ୍ରଧାନଶିକ୍ଷୟତ୍ରୀଙ୍କୁ ପ୍ରଥମେ ମାଳଦା ଉପ୍ରା ବିଦ୍ୟାଳୟକୁ ଗତ ୨୨ ତାରିଖ କାର୍ଯ୍ୟାଳୟ ଆଦେଶ ସଂଖ୍ୟା ୧୮୮୮ ଅନୁଯାୟୀ ଅସ୍ଥାୟୀ ଭାବେ ମୁତୟନ କରାଯାଇଥିଲା। ଛାତ୍ରୀଙ୍କୁ ଶାରୀରିକ ଦଣ୍ଡ ଦେବା ଓ ଜନସାଧାରଣଙ୍କ ଅସନ୍ତୋଷ କୁ କାରଣ ଭାବେ ଦର୍ଶାଯାଇ ଏହି ଆଦେଶ ଜାରି କରାଯାଇଥିଲା। ମାତ୍ର ସଂପୃକ୍ତ ଶିକ୍ଷୟତ୍ରୀଙ୍କୁ ମାଳଦା ଉପ୍ରା ସ୍କୁଲରେ ଯୋଗଦାନକୁ ସ୍ଥାନୀୟ ଲୋକେ ଗ୍ରହଣ ନକରିବାରୁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଆଦେଶ ସଂଖ୍ୟା ୧୯୩୨ ଅନୁଯାୟୀ ଗତ୨୮ ତାରିଖରେ ଅରେଇକଣା ଉପ୍ରା ବିଦ୍ୟାଳୟ ବରିଷ୍ଠ ଶିକ୍ଷକଙ୍କୁ କାର୍ଯ୍ୟଭାର ଅର୍ପଣ କରି ନିକଟସ୍ଥ ମୋବାରକପୁର ସଂଯୁକ୍ତ ଉଚ୍ଚବିଦ୍ୟାଳୟରେ ଯୋଗଦାନ କରିବାକୁ ଆଦେଶ ଦିଆଯାଇଥିଲା। ଶ୍ରୀମତୀ ଦେଇ ୨୮ ତାରିଖରେ ମୋବାରକପୁର ସ୍କୁଲରେ ଯୋଗଦାନ କରିଥିବା ଜଣାଯାଇଛି।

ଅନ୍ୟପକ୍ଷରେ ଆହତ ଛାତ୍ରୀଙ୍କ ଅଭିଭାବକଙ୍କ ଅଭିଭାବକ ଅନନ୍ତ ପରିଡାଙ୍କ ଅଭିଯୋଗ ଆଧାରରେ ଥାନାରେ ୨୭୮/୨୨ନଂ ମାମଲା ପ୍ରଧାନଶିକ୍ଷୟତ୍ରୀ ସୁକାନ୍ତି ଦେଇଙ୍କ ନାମରେ ଋଜୁ କରାଯାଇଥିଲା। ଏôନେଇ ଆହତ ଛାତ୍ରୀଙ୍କ ପରିବାର ଲୋକେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ହେଲେ ମାଡ ଘଟଣାକୁ ସ୍ୱୀକାର କରିସାରିଥିବା ବ୍ଲକ ଶିକ୍ଷା ବିଭାଗ ବଦଳି କରି ତୁନି ପଡିବାକୁ ସହଜେ ଗ୍ରହଣ କରିପାରି ନାହାନ୍ତି ଅଭିଭାବକ। ବଦଳି ଏକ ଦଣ୍ଡ ନୁହେଁ। ନିଲମ୍ବନ ଆବଶ୍ୟକ। ଏହି ଦାବି କରି ଛାତ୍ରୀଙ୍କ ପରିବାର ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ମାନବିକ ଅଧିକାରୀ କମିଶନ, ଜିଲ୍ଲାଶିକ୍ଷାଧିକାରୀ ଓ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିବା ପ୍ରକାଶ। ଏଠାରେ ପ୍ରକାଶ ଯୋଗ୍ୟ ଯେ ଅରେଇକଣା ଉପ୍ରା ସ୍କୁଲର ଜନୈକ ଷଷ୍ଠ ଶ୍ରେଣୀ ଛାତ୍ରୀକୁ ୧୫ ତାରିଖ ଶୁକ୍ରବାର ବିଦ୍ୟାଳୟ ପ୍ରାର୍ଥନା ପରେ ଠାକୁର ପୂଜାପାଇଁ ପ୍ରଧାନଶିକ୍ଷୟତ୍ରୀ ଛାତ୍ରୀଙ୍କୁ କହିଥିଲେ। ଠାକୁର ପୂଜା ସମୟରେ ଅସାବଧାନତା ବଶତଃ ପାଣିଗ୍ଲାସରେ ଗୋଡ ବାଜିଯିବାରୁ ପ୍ରଧାନଶିକ୍ଷୟତ୍ରୀ ବେତ୍ରାଘାତ କରିଥିଲେ। ଫଳରେ ଛାତ୍ରୀଙ୍କ ଗୁପ୍ତାଙ୍ଗ କ୍ଷତାକ୍ତ ହୋଇଥିଲା। ଯନ୍ତ୍ରଣା ଯୋଗୁଁ ବୁଧବାର ଛାତ୍ରୀଙ୍କୁ ଭଦ୍ରକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବା ସହ ଥାନା ଓ ବିଇଓଙ୍କୁ ପ୍ରଧାନଶିକ୍ଷୟତ୍ରୀଙ୍କ ନାମରେ ଅଭିଯୋଗ ମଧ୍ୟ ଛାତ୍ରୀର ପିତା ଶ୍ରୀ ପରିଡା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.