Home ଜିଲ୍ଲା ପରିକ୍ରମା ଛାତ୍ରଛାତ୍ରୀଙ୍କ ଅର୍ନ୍ତନିହିତ ପ୍ରତିଭାର ସ୍ଫୁରଣ ଓ ସୃଜନଶୀଳତାର ବିକାଶ ଶିକ୍ଷାର ମୂଳ ଲକ୍ଷ୍ୟ ହେଉ, ସରକାରୀ...

ଛାତ୍ରଛାତ୍ରୀଙ୍କ ଅର୍ନ୍ତନିହିତ ପ୍ରତିଭାର ସ୍ଫୁରଣ ଓ ସୃଜନଶୀଳତାର ବିକାଶ ଶିକ୍ଷାର ମୂଳ ଲକ୍ଷ୍ୟ ହେଉ, ସରକାରୀ ଉଚ୍ଚ ବିଦ୍ୟାଳୟ ଭଦ୍ରକରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ।

62

ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୃଜନଶୀଳତାର ବିକାଶ ଓ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ସ୍ଫୁରଣ ଶିକ୍ଷାର ମୂଳ ଲକ୍ଷ୍ୟ । ପିଲାମାନଙ୍କ ମଧ୍ୟରେ ଲୁକ୍‌କାୟିତ ସୁପ୍ତ ପ୍ରତିଭାର ବିକାଶ ପାଇଁ କୈଶୋର ସମୟହିଁ ପ୍ରକୃଷ୍ଟ ।ସରକାରୀ ଉଚ୍ଚ ବିଦ୍ୟାଳୟ ଭଦ୍ରକ ପରିସରରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ପାଳନ ଅବସରରେ ଏହା ପ୍ରକାଶ କରିଛନ୍ତି ବଶିଷ୍ଟ ଅତିଥି ମାନେ । ଦିବା ୧୦ଘଟିକା ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକଙ୍କ ସଭାପତିତ୍ୱ ଓ ଶିକ୍ଷକ ମନୋଜ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ସଭାରେ ବ୍ଲକ ଶିକ୍ଷାଧିକାରୀ, ଭଦ୍ରକ ଚକ୍ରଧର ମଲ୍ଲିକ ମୁଖ୍ୟ ଅତିଥି, ସମ୍ମାନନିୟ ଅତିଥି ଭାବେ ଛାତ୍ରଛାତ୍ରୀ ସଂସଦର ସଭାପତି ଅଞ୍ଜନା ମିଶ୍ର, ପାରିଷଦ ପ୍ରତିନିଧି ପଙ୍କଜ ବଳ ଯୋଗ ଦେଇଥିଲେ । ଉକ୍ତ ସଭାରେ ପ୍ରଧାନ ଶିକ୍ଷକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଶିକ୍ଷକ ବିଜୟ ବେହେରା ଅତିଥି ପରିଚୟ ପ୍ରଦାନ ଓ ଶିକ୍ଷକ ରାଜକିଶୋର ଚୌଧୁରୀ ବେଦ ପାଠ ଓ କିରନ ବାଳା ରାଉତ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ । କାର୍ଯର୍୍ୟକ୍ରମରେ ସାହିତ୍ୟ ସୃଜନୀ, ଜିଜ୍ଞାସା, କୌଶଳୀ ଓ କ୍ରୀଡାଙ୍ଗନ କ୍ଲବର ଛାତ୍ରଛାତ୍ରୀମାନେ କ୍ଲବର ମେଂଟର ସସ୍ମିତା ମହାପାତ୍ର, ପ୍ରଜ୍ଞା ପରିମିତା ବଳ ,ମିତାଲି ମଧୁସ୍ମିତା ବାରିକ, ସବିତା ଜେନାଙ୍କତ୍ତତତ୍ୱାବଧାନରେ ବିଭିନ୍ନ ପ୍ରଦର୍ଶନୀ ଓ ପ୍ରାଚୀର ପତ୍ରିକା ପ୍ରଦର୍ଶନ କରିଥିଲେ ।ମୋ କଥା ମୋ କହାଣୀ କାର୍ଯ୍ୟକ୍ରମେରେ ପିଲାମାନେ ନଜସ୍ୱ ରଚିତ ପୁସ୍ତକ ସହ ବିଶିଷ୍ଟ ଲେଖକମାନଙ୍କ ରଚିତ ପୁସ୍ତକ ସମୀକ୍ଷା ପୁସ୍ତକ ପ୍ରଦର୍ଶନ କରିଥିଲେ ଓ ଗଳ୍ପ ପଠନ ଓ କବିତା ଆବୃତି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ବିଭିନ୍ନ କ୍ଲବର ସଦସ୍ୟମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ ଲିଖନ, ସଂଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଆୟୋଜନ କରଯାଇ ପୁରଷ୍କାର ବଂଟନ କରାଯାଇଥିଲା । ଏଥି ସହିତ ପ୍ରତ୍ୟେକ କ୍ଲବର ସର୍ବୋକ୍ତୃଷ୍ଟ ପ୍ରକଳ୍ପକୁ ପୁରଷ୍କୃତ କରାଯାଇଥିଲା ଓ ଅପରାହ୍ଣରେ ପୁରଷ୍କାର ବିତରଣ ସଭାରେ ବିଶିଷ୍ଟ ଶିକ୍ଷାବିତ ଗୟାଧର ପଂଡା ମୁଖ୍ୟ ଅତିଥି, ପୁଷ୍ପମିତ୍ରା ବେହେରା ସମ୍ମାନନୀୟ ଅତିଥି ଭାବରେ ଯୋଗଦେଇଥିଲେ । ଶିକ୍ଷୟିତ୍ରୀ ତନୁଶ୍ରୀ ଓଝା , ରୁପାଲି ମହାନ୍ତି, ନବ କିଶୋର ପଂଡା, ସୁନିତା ମୁର୍ମୁଙ୍କ ତତ୍ୱାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋହନ କରାଯାଇଥିଲା ।ଉକ୍ତ ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ସହେଯାଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.