ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଦଇସିଂ ପଞ୍ଚାୟତସ୍ଥିତ ଚଢ଼େୟା ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ପ୍ରମୋଦ କୁମାର ନାୟକ ଓ ଅମୀୟ ନାୟକଙ୍କ ନେତୃତ୍ୱରେ ଅନୁ୍ଷ୍ଠିତ ଉକ୍ତ ଶିବିରକୁ ବରିଷ୍ଠ ଭେଷଜ ବିଶେଷଜ୍ଞ ଡା. ଭରତ ଚନ୍ଦ୍ର ସାମଲ ଉଦ୍ଘାଟନ କରିଥିଲେ । ଡା. ସାମଲ ନିଜ ବକ୍ତବ୍ୟରେ କହିଥିଲେ ଯେ ସ୍ୱାସ୍ଥ୍ୟ ହିଁ ସମ୍ପଦ । କୌଣସି ସମୟରେ ନିଜର ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିବା ଉଚିତ ନୁହେଁ । ଆରମ୍ଭରୁ ରୋଗର ସଠିକ ନିରୂପଣ ଓ ଚିକିତ୍ସା କରାଗଲେ, ଜଣେ ଆରୋଗ୍ୟଲାଭ କରିଥାଏ । ନଚେତ ସାମାନ୍ୟ ଅବହେଳା କେବଳ ନିଜର ନୁହେଁ ପରିବାର ପ୍ରତି ବିପଦ ସୃଷ୍ଟି କରିଥାଏ ବୋଲି ସେ କହିଥିଲେ । ଏହି ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଭେଷଜ ବିେୋଷଜ୍ଞ ଡା. ଷ୍ଟାଲିନ ଦାସ, ଡାଇବେଟିସିଆନ ଡା. ରାକେଶ ରଂଜନ ପାଢ଼ୀ, ଦନ୍ତ ରୋଗ ବିଶେଷଜ୍ଞ ଡା. ଶୁଭଶ୍ରୀ ଅଙ୍କିତା, ଚର୍ମରୋଗ ବିଶେଷଜ୍ଞ ଡା. ସମ୍ବିତ ଦଳେଇ ପ୍ରମୁଖ ଯୋଗଦେଇ ୫ଶହରୁ ଉଦ୍ଧ୍ୱ ରୋଗୀଙ୍କ ରୋଗ ପରୀକ୍ଷା କରିବା ସହ ଆବଶ୍ୟକ ପରାମର୍ଶ ଦେଇଥିଲେ । ଶିବିରରେ ରୋଗୀମାନଙ୍କ ବିଭିନ୍ନ ପରୀକ୍ଷା କରାଯିବା ସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା । ଉକ୍ତ ଶିବିରକୁ ନଳିନୀ ପତ୍ରୀ, ଗୌରହରି ନାୟକ, ମୋନଜ ଭଞ୍ଜ, ଅକ୍ଷୟ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।