Home ଜିଲ୍ଲା ପରିକ୍ରମା ଚୋରୀ ତମ୍ବା ତାର ସହ ଦୁଇ ଗିରଫ

ଚୋରୀ ତମ୍ବା ତାର ସହ ଦୁଇ ଗିରଫ

707

ସମ୍ବଲପୁର, ୧୦/୫ (ଓଡ଼ିଆ ପୁଅ) ସହରର ଅଇଁଠାପାଲି ଥାନାନ୍ତର୍ଗତ ପାଂଚଗଛିଆ। ଠାରେ ଥିବା ଏଟିସି ଟାଓରରୁ ଦେଢ ଲକ୍ଷ ଟଙ୍କା ମୁଲ୍ୟର ତମ୍ବାତାର ଚୋରୀ ଘଟଣାର ପର୍ଦ୍ଦାଫାଶ କରିବାରେ ପୋଲିସ ସକ୍ଷମ ହୋଇଛି। ଗତ ଆଠ ତାରିଖ ରାତି ଏହି ଚୋରୀ ନେଇ ଉର୍ବଶୀ ବିହାରର ଦେବାଶୀଷ ମିଶ୍ର ଥାନାରେ ଏତଲା ଦେଇଥିଲେ। ପୋଲିସ ଅଭିଯୋଗର ତଦନ୍ତ କରି ଟାଉନ ଥାନା ଅଂଚଳର ବାଲିବଂଧା ନିବାସୀ ବାବୁଲା ଶର୍ମା(୨୦) ଏବଂ ଅଭିନାଷ ଶର୍ମା(୧୯) ଙ୍କୁ ଗିରଫ କରିଛନ୍ତି। ଏମାନଙ୍କ ଠାରୁ ଚୋରୀ ତମ୍ବା ତାର ମଧ୍ୟ ଜବତ କରାଯାଇଛି। ଥାନାର କେଶ ସଂଖ୍ୟା ୧୭୨/୧୯ ବଳରେ ଆଇପିସି ର ଧାରି ୩୭୯ ରେ ଏକ ମାମଲା ରୁଜୁ କରାଯାଇ ଅଧିକ ଅନୁସଂଧାନ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.