Home ଜିଲ୍ଲା ପରିକ୍ରମା ଚୋରି ସୁନା ଓ ରୂପା ଅଳଙ୍କାର ଉଦ୍ଧାର, ଦୁଇ ଅଭିଯୁକ୍ତ ଗିରଫ

ଚୋରି ସୁନା ଓ ରୂପା ଅଳଙ୍କାର ଉଦ୍ଧାର, ଦୁଇ ଅଭିଯୁକ୍ତ ଗିରଫ

44

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ କିଛିଦିନ ଧରି ବିଭିନ୍ନ ଅଂଚଳରେ ଚୋରି କରିଆସୁଥିବା ଏକ ରାକେଟ୍‌ର ପର୍ଦ୍ଦାଫାଶ କରିଛି ଭଦ୍ରକ ପୁରୁଣାବଜାର ଥାନା ପୁଲିସ୍ । ଏ ସଂପର୍କରେ ଆଜି ପୁରୁଣାବଜାର ଥାନାରେ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଚଳିତମାସ ୭ ତାରିଖରେ ଏହି ଥାନା ଅଧୀନସ୍ଥ ନଙ୍ଗାମହଲା ନିବାସୀ ମିର ଆସିକୁର ରହେମାନଙ୍କ ଘରେ ଚୋରି ହୋଇଥିଲା । ଏଥିନେଇ ସେ ପୁରୁଣାବଜାର ଥାନାରେ କେଶ୍ ନଂ ୧୭୩/୨୩, ଦଫା ୪୫୭ / ୩୮୦ ଆଇପିସି ଧାରାରେ ଏକ ମାମଲା ରୁଜୁ କରିଥିଲେ । ପରବର୍ତ୍ତୀ ସମୟରେ ପୁରୁଣାବଜାର ଥାନା ପୁଲିସ୍ ତଦନ୍ତ କରି ଉକ୍ତ ଗ୍ରାମର ରମଜାନ ଖାନ୍‌ଙ୍କ ପୁତ୍ର ଅଭିଯୁକ୍ତ ସାହେବାଜ ଖାନ (୨୩) ଓ ଚୋରି ସାମଗ୍ରୀ କ୍ରୟ କରିଥିବା ଚନ୍ଦନବଜାର ଅଂଚଳର ସେକ୍ ଅବଦୁଲ ମଜିଦଙ୍କ ପୁତ୍ର ସେକ୍ ନୁର ଇସଲାମ (୨୯) କୁ ଗିରଫ କରିଛି । ସେମାନଙ୍କ ନିକଟରୁ ପୁଲିସ୍ ଚୋରି ହୋଇଥିବା ୯୮୦ ମିଲିଗ୍ରାମର ୬ଟି ସୁନା ନାକଫୁଲ, ୩.୧୩୦ ମିଲିଗ୍ରାମର ୨ଟି ସୁନା ମୁଦି, ୮.୪୬୦ ମିଲିଗ୍ରାମ ଓଜନର ଏକ ହଳ ସୁନା କାନଫୁଲ, ୧୦.୭୫୦ ମିଲିଗ୍ରାମର ଗୋଟିଏ ହଳ ସୁନା କାନପେଣ୍ଡି ଏବଂ ୨.୦୮୦ ମିଲିଗ୍ରାମର ଏକହଳ କାନ ଫୁଲ ଏବଂ ୩୭.୮୨୦ ମିଲିଗ୍ରାମର ୬ଟି ରୂପା ମୁଦି, ୬୩୭.୭୮୦ ମିଲିଗ୍ରାମର ୭ ହଳ ରୂପା ପାଉଁଜି, ୨୮୩.୩୧୦ ମିଲିଗ୍ରାମର ୮ଟି ରୂପା ହାର, ୫୪.୩୦୦ ମିଲିଗ୍ରାମର ୨ଟି ରୂପା କମରପେଟି ଜବତ କରିଛି । ଜବତ ହୋଇଥିବା ୨୫.୪୦୦ ମିଲିଗ୍ରାମର ସୁନା ଅଳଙ୍କାରର ମୂଲ୍ୟ ୨ ଲକ୍ଷରୁ ଉର୍ଦ୍ଧ୍ୱ ହୋଇଥିବାବେଳେ ୧ କେଜି ୧୩ ଗ୍ରାମ ୨୧୦ ମିଲିଗ୍ରାମ ରୂପା ଅଳଙ୍କାରର ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା ବୋଲି ଜଣାପଡିଛି । ଶ୍ରୀ ଦ୍ୱିବେଦୀ ଦେଇଥିବା ସୂଚନା ଅନୁସାରେ ଅଭିଯୁକ୍ତ ସାହେବାଜ ଖାନ ନାମରେ ଏହି ଥାନାରେ ପୂର୍ବରୁ ୧୮୨/୨୩, ଦଫା ୩୮୦ ମୂଳେ ୨.୫ ଲକ୍ଷ ଟଙ୍କା ଚୋରି ଅଭିଯୋଗରେ ମାମଲା ରହିଛି । ଯାହା ଉପରୋକ୍ତ ଅଭିଯୁ୍‌କ୍ତଙ୍କ ଠାରୁ ଉଦ୍ଧାର କରାଯାଇଛି । ଦୁଇ ଅଭିଯୁକ୍ତଙ୍କୁ ଆଜି ପୁଲିସ୍ କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.