Home ଜିଲ୍ଲା ପରିକ୍ରମା ଚେତନାର ଫଲଗୁ ଲୋକାର୍ପିତ

ଚେତନାର ଫଲଗୁ ଲୋକାର୍ପିତ

23

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକସ୍ଥିତ ଶ୍ରୀଲୋକନାଥ ମନ୍ଦିର ପରିସରରେ ପବିତ୍ର ଅଁଳା ନବମୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ସାତଦିନ ବ୍ୟାପୀ ଶ୍ରୀମଦ୍ ଭାଗବତ ସପ୍ତାହ ପାଳିତ ହେଉଅଛି । ଉକ୍ତ କାର୍ଯ୍ୟକ୍ରମଟିକୁ ଚିନ୍ତା ଚେତନା ଆଧ୍ୟାତ୍ମିକ ପରିଷଦ ଦୀର୍ଘ ୪୦ବର୍ଷ ଧରି ପାଳନ କରିଆସୁଛି । ପରିଷଦର ୪୦ବର୍ଷ ପୂର୍ତ୍ତି ଉପଲକ୍ଷେ ଗୁରୁବାର ସଂଧ୍ୟାରେ ଉକ୍ତ ଆଧ୍ୟାତ୍ମିକ ପରିଷଦର ସ୍ମାରକୀ ସ୍ୱରୂପ ମୁଖପତ୍ର ‘ଚେତନାର ଫଲଗୁ’ ଲୋକାର୍ପିତ ହୋଇଅଛି । ଅନୁଷ୍ଠାନର ସଭାପତି ହରମୋହନ କୁଅଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପୁସ୍ତକ ଉନ୍ମୋଚନ ସଭାରେ ଅତିଥି ଭାବରେ ପ୍ରବାଚକ ପଣ୍ଡିତ ରବୀନ୍ଦ୍ର କୁମାର ଦାଶ, ସଂପାଦକ ରାମନାରାୟଣ ପାଣିଗ୍ରାହୀ, ପୂର୍ବତନ ସଭାପତି ଗଜାନନ ନାୟକ ଓ ବର୍ତ୍ତମାନର ଉପସଭାପତି ବ୍ରଜ କିଶୋର ଦାସ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଭ୍ୟ ଶାନ୍ତନୁ କୁମାର ରାଉତ, ଘନଶ୍ୟାମ ଲେଙ୍କା, ଗଙ୍ଗାଧର ଦାସ, ବୈଲୋଚନ ବେହୁରିଆ, କ୍ଷୀରୋଦ ଚନ୍ଦ୍ର ମିଶ୍ର, ଉପେନ୍ଦ୍ର କୁମାର ରାଉତ, ପ୍ରଫୁଲ୍ଲ କୁମାର ମଲ୍ଲିକ, ଅଜିତ କୁମାର ନାୟକ, ବିନୟ କୁମାର ପଣ୍ଡା, ମୁକ୍ତିକାନ୍ତ ମହାପାତ୍ର, କରୁଣାକର ଉପାଧ୍ୟାୟ, ଦୟାନିଧି ରାଉଳ, ଆଦିତ୍ୟ କୁମାର ଗୋସ୍ୱାମୀ, ଆଦିତ୍ୟ କୁମାର ନାୟକ, ବିଜୟ କୁମାର ପାଣି, ସଞ୍ଜୟ କୁମାର ପାଣି ଆଦି ଅନେକ ସଦସ୍ୟ ତଥା ପତ୍ରିକାର ମୁଦ୍ରାକର ତପନ କୁମାର ମିଶ୍ର ସହାୟତା କରିଥିଲେ । ଉକ୍ତ ଭାଗବତ ପ୍ରବଚନ କାର୍ଯ୍ୟକ୍ରମର ଦ୍ୱିତୀୟ ପାଳିରେ ଆସନ୍ତା ଶନିବାରଠାରୁ ବିଶିଷ୍ଟ ପ୍ରବାଚକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କର ପ୍ରବଚନ କାର୍ଯ୍ୟ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମର ଉଦ୍‌ଯାପନ ତିଥି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ନାରାୟଣ ସେବାର ବ୍ୟବସ୍ଥା ରହିଛି । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଶ୍ରୋତାମାନଙ୍କ ଉପସ୍ଥିତିରେ ଉକ୍ତ ପ୍ରବଚନ କାର୍ଯ୍ୟକ୍ରମ ସଫଳତାର ସହିତ ଆଗେଇ ଚାଲିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.