Home ଜିଲ୍ଲା ପରିକ୍ରମା ଚିହ୍ନଟ ହେଲେ ୩୭୦ ଆକ୍ରାନ୍ତ, ସୁସ୍ଥ ହେଲେ ୮୮

ଚିହ୍ନଟ ହେଲେ ୩୭୦ ଆକ୍ରାନ୍ତ, ସୁସ୍ଥ ହେଲେ ୮୮

168

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଆଉ ୩୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୮୮ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୪ ଲକ୍ଷ ୧୧ହଜାର ୩୫୯ଜଣଙ୍କ ନମୁନା ପରୀକ୍ଷା ପରେ ଏ ପର୍ଯ୍ୟନ୍ତ ଜିଲ୍ଲାରୁ ମୋଟ ୧୮ହଜାର ୫୯୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫ ହଜାର ୮୨୧ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଆଉ ୨୭୩୮ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ନୂତନ କରି ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ହେଲେ ଭଦ୍ରକ ପୌରପାଳିକାର କୁଆଁସ, ନରିପୁର, ଅପର୍ତ୍ତିବିନ୍ଧା, ପୁରୁଣାବଜାର, ବାଇପାସ୍‌, ଜାନୁଗଞ୍ଜ, ଡଗରାସାହି, ଜଗନ୍ନାଥପୁର, ବଙ୍କସାହି ଗ୍ରାମରୁ ମୋଟ ୧୭ଜଣ, ବନ୍ତ ବ୍ଳକର ବସନ୍ତିଆ, ବନ୍ତ, ସାହୁପଡ଼ା, ମହାନ୍ତିପଡା, ପାରାବନ୍ଧ ଗ୍ରାମରୁ ୯ଜଣ, ଚାନ୍ଦବାଲି ଏନ୍‌ଏସିର ୱାର୍ଡ ନଂ ୪, ୫ ଓ ୬ରୁ ୪ଜଣ ଚିହ୍ନଟ ହୋଇଛନ୍ତି । ବାସୁଦେବପୁର ବ୍ଳକର କଣ୍ଠିସାହି, ବାରାପୁର, ଭଗାପୁର, ଦାମୋଦରପୁର, ନନ୍ଦପାଟଣା, ବରଣ୍ଡୁଆ, ଗଦି, ବ୍ରାହ୍ମଣୀଗାଁ, ଚୁଡାମଣି, ଈଶ୍ୱରପୁର, ପାଟଣାମିଶ୍ରପୁର, ଜଗନ୍ନାଥପୁର, ଟାଙ୍କୁଣି, କୃଷ୍ଣପୁର, କୁମାରପୁର, ଲୁଙ୍ଗା, ନାଇକାଣିଡିହି, ମାଖଲପୁର, ନୂଆଗାଁ, ପଢୁଆଁ, ରାଜଘରପୋଖରୀ, ସାନକୃଷ୍ଣପୁର, ସୁଦର୍ଶନପୁର, ସୁଗୋ, କରଞ୍ଜଆଡିଆ ଆଦି ଗ୍ରାମରୁ ମୋଟ ୮୮ଜଣ ଚିହ୍ନଟ ହୋଇଥିବା ବେଳେ ତିହିଡ଼ି ବ୍ଳକର ଅଚକ, ମାଟିଆସାହି, ପୀରହାଟ, ଭାଟପଡା, ବାରୋ, କାଞ୍ଜିଆପାଟ, ଦୋଳସାହି, ଗୋଳାପୋଖରୀ, କାଁପଡା, ହାଟୁରୀ, ସୟା, ଶ୍ୟାମସୁନ୍ଦରପୁର, ସିନ୍ଦୋଳ, ନାଥପଡା, ଭଅଁରପାଳ, ନରେନ୍ଦ୍ରପୁର, ଚଉଁରୀ, ରାଣିପୁର, କୁବେରା, କୋହ୍ଲ ଆଦି ଗ୍ରାମରୁ ୭୩ଜଣ ଚିହ୍ନଟ ହୋଇଛନ୍ତି ।

ଧାମନଗର ବ୍ଳକର ଆନନ୍ଦପୁର, ଦଇପୁର, ଅସୁରାଳି, ବମକୁରା, ଇଚ୍ଛଦା, ସୋଧ, ଫତେପୁର, କରଦା, କାସିମପୁର, କରୁଣା, ଖପରପଦା, ମୁସ୍ତାଫାପୁର, ନିର୍ଗୁଣ୍ଡି ଓ ଷୋଳଗାଁ ଗ୍ରାମରୁ ୫୮ଜଣ, ଭଦ୍ରକ ବ୍ଳକର ଅର୍ଣ୍ଣପାଳ, ବଣିଆ, ଭବାନିବନ୍ଧା, ବରାଙ୍ଗ, ଚରମ୍ପା, ସାମରାଇପୁର, ଗେଲଟୁଆ, ଗୋରାମାଟି, ଜଗଦଳପୁର, କଲେଇ, କାଉପୁର, କେଦାରପୁର, କୋରକୋରା, ଓଲଙ୍ଗ, ବିରିଗଡିଆ, ରାନ୍ଦିଆ, ସାବରଙ୍ଗ, ଆର୍‌.ଏନ. ବେତରା ଗ୍ରାମରୁ ୪୭, ଭଣ୍ଡାରିପୋଖରୀ ବ୍ଳକ ବୟାଁବନାପୁର, ମହେଶପୁର, ବିଷ୍ଣୁପୁର, ଆଖୁଆପଦା, ଆକୁଲିକଣା, ଅରକଣା ଗ୍ରାମରୁ ୭ଜଣ, ଚାନ୍ଦବାଲି ବ୍ଳକ ବାଁଶଡା, ନୂଆଗାଁ, ମତୋ, ଓରାସାହି, ତେନ୍ତୁଲିଡିହି, ଦୋସିଙ୍ଗା, ଧାମରା, ଜାଗୁଳା, କଇଥକୋଲା, ଗୁଆଁଶାଳ, କରଣପଲ୍ଲୀ, ରାଇପୁର ଗ୍ରାମରୁ ୨୬ଜଣ, ବାସୁଦେବପୁର ପୌରପାଳିକାର ୱାର୍ଡ ନଂ ୨୨, ୧୨, ୬, ୭, ୧୭, ୩, ୯ରୁ ୭ଜଣ, ଧାମନଗର ଏନ୍‌ଏସିର ୪ ନଂ ୱାର୍ଡରୁ ଜଣେ, ଅନ୍ୟ ଜିଲ୍ଲା କେନ୍ଦୁଝର ଜିଲ୍ଲା ହାଟଡିହି, ବାଲେଶ୍ୱର ଜିଲ୍ଲା ଖଇରା, କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଓ ଯାଜପୁର ଜିଲ୍ଲାରୁ ମୋଟ ୬ଜଣ, ଭଦ୍ରକ ଜିଲ୍ଲାର ୨୭ଜଣ ଜିଲ୍ଲା ବାହାରେ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.